ସମ୍ବଲପୁର: ବାମରା ବ୍ଲକ ଅଧୀନ କୁଟାରୀମାଲ ଅଞ୍ଚଳରେ ଜଣେ ବିବାହିତ ଯୁବକ ଆମ୍ବ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ରଘୁନାଥପାଲି ଗ୍ରାମର କାଶୀନାଥ ବାଘଙ୍କ ପୁଅ ଘନଶ୍ୟାମ(୩୫) ଶନିବାର ରାତିରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀ ରବିବାର ସକାଳୁ ଘନଶ୍ୟାମ ଆମ୍ବ ଗଛରେ ଝୁଲୁଥିବା ଦେଖିଥିଲେ। ପରେ ସେମାନେ ଗୋବିନ୍ଦପାଲି ଥାନା ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।
/sambad/media/post_attachments/wp-content/uploads/2018/03/0340b91a-3194-491e-b910-84f70a8f0469-225x300.jpg)
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଏକ ମାମଲା ରୁଜୁ କରିଛି। ଘନଶ୍ୟାମ ବେଲପାହାଡ଼ରେ କୌଣସି ଏକ କମ୍ପାନୀରେ ଡ୍ରାଇଭର ଥିଲେ। ଶନିବାର ସନ୍ଧ୍ୟା ୭ଟା ପାଖାପାଖି ସମୟରେ ବାଇକ୍ ଯୋଗେ ଘରକୁ ଆସିିବା ପରେ ବାଇକ୍ ଓ ବ୍ୟାଗ୍କୁ ରଖି ଚାଲି ଯାଇଥିଲେ। ସକାଳେ ତାଙ୍କ ଘରଠାରୁ ୨୦୦ ମିଟର ତଥା ରାସ୍ତାରୁ ୫୦ ମିଟର ଦୂରରେ ଥିବା ଆମ୍ବଗଛରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ଜବତ କରିଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ପତ୍ନୀ, ୨ଟି ଝିଅ(୧୨ ଓ ୫ ବର୍ଷ) ଏବଂ ୪ ବର୍ଷର ପୁଅ ସହିତ ରହୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/suicide-1.jpg)