ସମ୍ବଲପୁର: ଯାତ୍ରୀମାନଙ୍କ ଦାବିକୁ ଦୃଷ୍ଟିରେ ରଖି ୧୨୮୦୭/୧୨୮୦୮ ଭିଶାଖାପଟନମ୍-ନିଜାମୁଦ୍ଦିନ-ଭିଶାଖାପଟନ୍‌ମ ସମତା ଏକ୍ସପ୍ରେସ୍ ଅମ୍ବାଦୋଳା ଏବଂ ୧୮୦୦୫/୧୮୦୦୬ ହାୱଡ଼ା-ଜଗଦଲପୁର-ହାୱଡ଼ା ସମଲେଶ୍ବରୀ ଏକ୍ସପ୍ରେସ୍‌ ଥେରୁବାଲି ‌ଷ୍ଟେସନରେ ପରୀକ୍ଷାମୂଳକ ଭାବେ ରହିବ। ୫ ଅଗଷ୍ଟରୁ ଏହା କାର୍ଯ୍ୟକାରୀ ହେବ।

Advertisment

୧୨୮୦୭ ସମତା ଏକ୍ସପ୍ରେସ୍‌ ଅପରାହ୍‌ଣ ୧ଟା ୩୫ରେ ଅମ୍ବାଦୋଳାରେ ପହଂଚି ୧ଟା ୩୭ରେ ଛାଡ଼ିବ। ସେହିପରି ଫେରନ୍ତା ବାଟରେ ୧୨୮୦୮ ସମତା ଏକ୍ସପ୍ରେସ ପୂର୍ବାହ୍ନ ୧୦ଟା୫୬ରେ ଅମ୍ବ‌ାଦୋଳାରେ ପହଂଚି ପୂର୍ବାହ୍ନ ୧୦ଟା ୫୮ରେ ଛାଡ଼ିବ। ସେହିପରି ୧୮୦୦୫ ସମଲେଶ୍ବରୀ ଏକ୍ସପ୍ରେସ୍ ଅପରାହ୍‌ଣ ୨ଟା୧୫ରେ ଥେରୁବାଲି ଷ୍ଟେସନରେ ପହଂଚି ୨ଟା୧୭ରେ ଛାଡ଼ିବ। ଫେରନ୍ତା ବାଟରେ ୧୮୦୦୬ ସମଲେଶ୍ବରୀ ଏକ୍ସପ୍ରେସ୍ ଦିନ ୧୧ଟା୫୩ରେ ଥେରୁବାଲି ଷ୍ଟେସନରେ ପହଂଚି ୧୧ଟା ୫୫ରେ ଛାଡ଼ିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।