ଚୋରି ଅଭିଯୋଗରେ ସମିତି ସଭ୍ୟ ଗିରଫ

ରାଉରକେଲା : ବୀରମିତ୍ରପୁର ପୁଲିସ ଆଜି ଏକ ଚୋରି ଘଟଣାରେ କୁଆଁରମୁଣ୍ଡା ବ୍ଲକ ଖୁଖୁଣ୍ଡୁବାହାଲ ପଞ୍ଚାୟତର ସମିତି ସଭ୍ୟକୁ ଏକ ଚୋରି ଘଟଣାରେ ଗିରଫ କରିଥିବା ସୂଚନା ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଜୁନ ମାସ ୨୩ ତାରିଖ ଦିନ ବିଜାବାହାଲସ୍ଥିତ ପବନଜୟ ସ୍ପଞ୍ଜ ଆଇରନ୍ କାରଖାନାରୁ ପ୍ରାୟ ଦଶ ଲକ୍ଷ ମୂଲ୍ୟର ତମ୍ବା ଜନ୍ତ୍ରପାତି ଚୋରି ହୋଇଥିବା ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ବୀରମିତ୍ରପୁର ପୁଲିସ କ୍ୟାସ୍ ନଂ ୧୩୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ବୀରମିତ୍ରପୁର ଥାନା ଅଧିକାରୀ ମନୋଜ ମଞ୍ଜରି ନାୟକ ବିଶ୍ଵସ ସୂତ୍ରରୁ ଖବର ପାଇ ପୁଲିସ ଦଳ ସହ ଗୋବିରା ବସ୍ତି ଉପରେ ଚଢାଉ କରି ଖୁଖୁଣ୍ଡୁବାହାଲ ସମିତି ସଭ୍ୟ ରାଜିତ ତିର୍କୀ (୩୩)କୁ ଚୋରି ଅଭିଯୋଗ ରେ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର୍ ହେବାରେ ସଫଳ ହୋଇଥିଲେ। ଆଜି ଗିରଫ ଅଭିଯୁକ୍ତ ସମିତିସଭ୍ଯ ରାଜିତ ତୁର୍କୀକୁ ଧାରା ୩୭୯/୩୪ ରେ ମାମଲା ରୁଜୁ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବୀରମିତ୍ରପୁର ବୀରମିତ୍ରପୁର ପୁଲିସ ବିଭିନ୍ନ ଜାଗାରେ ଚଢାଉ କରୁଥିବା ଥାନା ଅଧିକାରୀ ମନୋଜ୍ ମଞ୍ଜରି ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର