ହିଞ୍ଜିଳିକାଟୁ: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଓ ୧୦ ଲକ୍ଷ ଟଙ୍କା ହଡ଼ପ ମାମଲାରେ ଛନ୍ଦି ହୋଇଥିବା ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ସମିତିସଭ୍ୟ ଏ.ସୁଦାମଙ୍କୁ ମହାରାଷ୍ଟ୍ର ପୁଲିସ ଆଜି ମୁମ୍ବାଇ ନେଇଛି। ସୁଦାମାଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ମହାରାଷ୍ଟ୍ର ପୁଲିସ ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲା। ଏହାକୁ ମଞ୍ଜୁର ମିଳିବା ପରେ ଆଜି ସକାଳେ ସୁଦାମଙ୍କୁ ନେଇ ପୁଲିସ ମୁମ୍ବାଇ ଅଭିମୁଖେ ବାହାରିଥିଲେ। ସେଠାରେ ତାଙ୍କୁ ଅଧିକ ପଚରାଉଚରା ହେବ ବୋଲି ଜଣାପଡ଼ିଛି।
ସୂଚନା ଥାଉକି, ଅଭିଯୋଗକାରୀ ମହିଳାଜଣକ ମହାରାଷ୍ଟ୍ରର ମନପଡ଼ା ଥାନାରେ ଗତ ଅଗଷ୍ଟ ୨୬ ତାରିଖରେ ସୁଦାମଙ୍କ ନାଁରେ ଏତଲା ଦେବା ପରେ କେସ୍ ନମ୍ବର ୩୧୫ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ଶନିବାର ରାତିରେ ମହାରାଷ୍ଟ୍ର ପୁଲିସ ହିଞ୍ଜିଳିି ଥାନା ସହଯୋଗରେ ସୁଦାମଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା। ତାଙ୍କ ବିରୋଧରେ ଧର୍ଷଣ, ଠକେଇ, ବ୍ଲାକମେଲିଂ ଓ ପ୍ରତାରଣା ଭଳି ସଙ୍ଗୀନ୍ ଦଫା ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/hinjili.jpg)