ସରିଲା ମା’ଙ୍କ ମହାସପ୍ତମୀ ପୂଜା, ନିରାଶ ହେଲେ ଶ୍ରଦ୍ଧାଳୁ

ରାଉରକେଲା: କରୋନା କଟକଣା ଛଡାଇ ନେଲେ ଖୁସିର ମାହୋଲ। ଫିକା ପଡିଲା ମା’ଙ୍କ ପୂଜା। ଗତକାଲି ଥିଲା ମା’ଙ୍କ ଷଷ୍ଠୀ ପୂଜା। ଆଜି ଶେଷ ହୋଇଛି ମା’ ସପ୍ତମୀ ପୂଜା। ଆସନ୍ତାକାଲି (ବୁଧବାର) ମହା ଅଷ୍ଟମ ପୂଜା। ରୀତି ନୀତି ଅନୁଯାୟୀ ପ୍ରତ୍ୟକ ପୂଜା ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା। ହେଉଛି ହୋମ ଯଜ୍ଞ। କିନ୍ତୁ ନାହାନ୍ତି ଶ୍ରଦ୍ଧାଳୁ।  କେବଳ ଅଛନ୍ତି ହାତଗଣତି କେଇଜଣ ପୂଜା କମିଟିର କର୍ମକର୍ତ୍ତା। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କେଉଁଠି ୪ ଫୁଟର ମା’ ମୂର୍ତ୍ତି ତ ଅନ୍ୟ କେଉଁ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଫଟୋ। କିଛି ସ୍ଥାନରେ ୪ ଫୁଟ୍‌ରୁ ଅଧିକ ଉଚ୍ଚ ମା’ ମୃଣମୟୀ ପ୍ରତିମା ‌ପୂଜା ପାଉଛନ୍ତି। ନାହିଁ ସୁଉଚ୍ଚ ଆକର୍ଷଣୀୟ ତୋରଣ, ସାଜ୍ଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ। କେବଳ ଘଣ୍ଟଘଣ୍ଟାରେ ଚାଳିଛି ମା’ଙ୍କ ଆଳତୀ।

ବର୍ଷ ବର୍ଷ ଧରି ବେଶ୍‌  ଆଡମ୍ବରରେ ପାଳନ ହୋଇ ଆସୁଥିବା ୮୯ ବର୍ଷ ପୂଜାର ଚମକ ନାହିଁ। ସହରର ସମସ୍ତ ୧୦୪ଟି ପୂଜା ମଣ୍ଡପର ସମାନ ସ୍ଥିତି। ଇସ୍ପାତ ସହରାଞ୍ଚଳର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ସେକ୍ଟର-୧ ପୁରୁଣା ଦୂଗାପୂଜାକମିଟି, ସେକ୍ଟର-୨, ସେକ୍ଟର-୬, ଟେଲିଫୋନ୍‌ ଭବନ, ସେକ୍ଟର-୧୬,  ସେକ୍ଟର-୧୭, ସହରର ସର୍ବପ୍ରଥମ ପୂଜା ପୁରୁଣା ଷ୍ଟେସନ,  ଛେଣ୍ଡ କଲୋନି, ବାସନ୍ତି କଲୋନି, ଡେଲିମାର୍କେଟ, ସିଭିଲଟାଉନସିପ୍, ଝରିପାଣି, ବନ୍ଧମୁଣ୍ଡା, ସାରନଗରୀ ସମେତ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ମା’ ପୂଜା ପାଉଛନ୍ତି। ସେପଟେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ପୂଜା କମିଟି ପାଳନ କରୁଛନ୍ତି। ସୁରକ୍ଷାକୁ ଦୃଷ୍ଟିକୋଣରେ ରଖି ପ୍ରମୁଖ ପୂଜା ମଣ୍ଡପରେ ପୁଲିସ ମୁତୟନ କରାଯାଇଛି। ଏଥିସହ ସହରର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ପୁଲିସ ମୁତୟନ ହୋଇଛି। ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ସହର ଓ ଏହା ଆଖପାଖରେ ରୀତିନୀତି ଅନୁଯାୟୀ ମା’ଙ୍କ ପୂ୍ଜାର୍ଚ୍ଚନା କରାଯାଉଛି।

ଲାଠିକଟା ଥାନା- ଲାଠିକଟା ମାର୍କେଟ, ସୁଇଡିହି,   ସେକ୍ଟର-୭ ଥାନା- ସେକ୍ଟର-୫ ପୂଜା ପେଣ୍ଡାଲ, ସେକ୍ଟର-୬ ଜି ବ୍ଲକ, ଏଚ୍‌ ବ୍ଲକ,  ବି ବ୍ଲକ,  ଟେଲିଫୋନ୍‌ ଭବନ, ସେକ୍ଟର-୭ ପୂଜା ପେଣ୍ଡାଲ, ସେକ୍ଟର-୮ ପୂଜା ପେଣ୍ଡାଲ, ସେକ୍ଟର-୯ ପୂଜା ପେଣ୍ଡାଲ,  ସେକ୍ଟର-୬ ମା’ ତାରିଣୀ ପାହାଡ ପାର୍ଶ୍ବ। ରଘୁନାଥପାଲୀ ଥାନା- ଲେବରଟେନାମେଣ୍ଟ, ଗଙ୍ଗାଧରପାଲି, ଡେଭଲପ୍‌ଡ ଏରିଆ,  ନ୍ୟୁ ସିଭିଲଟାଉନସିପ୍‌, ପାନପୋଷ, ତରକେରା, ଧବଳେଶ୍ବର ମାର୍କେଟ, ଜଲଦା ଏ ବ୍ଲକ, ଜଲଦା  ବି ବ୍ଲକ, ଜଲଦା ସି ବ୍ଲକ, ବାଲିଯୋଡି। ସେକ୍ଟର ୧୫ ଥାନା – ସେକ୍ଟର-୧୩, ସେକ୍ଟର-୧୪, ସେକ୍ଟର-୧୫,  ସେକ୍ଟର-୧୬, ସେକ୍ଟର-୧୭ ସମଲେଶ୍ବରୀ ପେଣ୍ଡାଲ, ସେକ୍ଟର-୧୭,  ସେକ୍ଟର-୧୮ ସିଟି ମାର୍କେଟ, ସେକ୍ଟର-୧୮ ଏ ଓ ଡି ବ୍ଲକ, ଉଦିତନଗର ଥାନା- ବାଜିରାଉତ ଛକ, ବାସନ୍ତି କଲୋନି ଏବି ସି ବ୍ଲକ,  ବାସନ୍ତି କଲୋନି ଦୁର୍ଗାପୁର ପାହାଡ ପାର୍ଶ୍ବ, ସାଂସ୍କୃତିକ ପରିଷଦ,  ଉଦିତନଗର କର୍ମନିୟୋଜନ ଅଫିସ, ବିରଜାପାଲି, ଏଲ୍‌ଆଇସି କଲୋନି, ମାଲଗୋଦାମ। ସେକ୍ଟର-୧୯ ଥାନା- ଇସ୍ପାତ ମାର୍କେଟ, ଜଗପତି ମାର୍କେଟ, ସାରଳା ମାର୍କେଟ, ସେକ୍ଟର-୧୯ ପୁରୁଣା ଏବିସି ବ୍ଲକ, ସେକ୍ଟର-୨୦ ଡି ବ୍ଲକ, ସେକ୍ଟର-୨୦ ଇ ବ୍ଲକ। ସେକ୍ଟର-୩ ଥାନା – ପୁରୁଣା ସାମନ୍ତ ନଗର, ସେକ୍ଟର-୨ ସେକ୍ଟର-୧ ଏଚ୍ ବ୍ଲକ, ଜି ବ୍ଲକ,  ଏଫ୍‌ ବ୍ଲକ, ସେକ୍ଟର-୪, ଶକ୍ତିନଗର, ଜଲଦା, ସେକ୍ଟର-୩, ସେକ୍ଟର-୨ ଖରିଆବାହାଲ ବସ୍ତି, ଏନ୍ଆଇଟି, ଏନ୍ଆଇଟି ବ୍ୟାକ୍‌ ପୋଷ୍ଟ। ଝିରପାଣି ଥାନା – କୋଏଲନଗର  ବି ବ୍ଲକ,  କୋଏଲନଗର ସି ବ୍ଲକ,  କୋଏଲନଗର ଡି ବ୍ଲକ। ବନ୍ଧମୁଣ୍ଡା ଥାନା – ଡିଜେଲ କଲୋନି, ସେକ୍ଟର- ଡି, ସେକ୍ଟର-ବି, ଡି କ୍ୟାବିନ୍‌, ସେକ୍ଟର-ସି, ତିଲକାନଗର ସି, ତିଲକାନଗର ବି, ସେକ୍ଟର-ଇ ଭୁତ ବଙ୍ଗଳା, କୋଇଲା ଗେଟ୍‌। ପ୍ଲାଣ୍ଟସାଇଟ୍‌ ଥାନା – ଟ୍ରାଫିକ ଗେଟ୍‌, ପୁରୁଣା ଷ୍ଟେସନରୋଡ, ଗୋପବନ୍ଧୁପାଲୀ, ମଧୁସୂଦନ ମାର୍ଗ, ପ୍ଲାଣ୍ଟସାଇଟ୍‌ ରୋଡ, ଡେଲିମାର୍କେଟ, ରେଲୱେ କଲୋନି, ରେଲୱେ କଲୋନି ହସ୍ପିଟଂାଲ,  ସେକ୍ଟର-୨୧ ଏ ବ୍ଲକ,  ସେକ୍ଟର-୨୧ ବି ବ୍ଲକ, ନୟାବଜାର, ଭବାନିପୁର ମାର୍କେଟ, ଛେଣ୍ଡ ଥାନା – ଭିଏସ୍‌ଏସ୍‌ ମାର୍କେଟ, ଆହୂତି ଭବନ, ଗୋପବନ୍ଧୁନଗର, କଳିଙ୍ଗ ବିହାର, ବିଜୁ ପଟ୍ଟନାୟକଛକ,  କୋ ଅପରେଟିଭ କଲୋନି,  ଟିସ୍କୋ କଲୋନି।  ବ୍ରାହ୍ମଣୀ ତରଙ୍ଗ ଥାନା – ବେଦବ୍ୟାସ, ଦୟାନନ୍ଦନଗର,  ଆଇଡିସି କଲୁଙ୍ଗା,  ବଲଣ୍ଡା, ଟାଇଁସର,  ବିଶ୍ରା ଥାନା- ବିସ୍ରା, ସୋରଡା, ଜରେଇକେଲ ଚାରିଫୁଟ ଉଚ୍ଚତାରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି।

ସମ୍ବନ୍ଧିତ ଖବର