ସୁନାଝିଅ ସନା : ମନଛୁଆଁ ଚିତ୍ର ଆଙ୍କି ‘ସୁରଭି-୨୦୧୯’ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଜିତିଲେ କଟକର ଅଷ୍ଟମ ଶ୍ରେଣୀ ଛାତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ସମାରୋହ ନଭେମ୍ବର ୧୪ରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ୩୦ଟି ଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକସ୍ତରୀୟ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟସ୍ତରରେ ବକ୍ତତା, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଶିଶୁଦିବସ ଅବସରରେ ଆଜି ଏହି ‘ସୁରଭି-୨୦୧୯’ ମହୋତ୍ସବରେ ବିଭିନ୍ନ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

‘ସୁରଭି-୨୦୧୯’ରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀ ସନା କର୍ମକାର ରାଜ୍ୟସ୍ତରର ପ୍ରଥମସ୍ଥାନ ଅଧିକାର କରିଛନ୍ତି। ସନା ଶିଶୁ ଦିବସ ଅବସରରେ ଯେଉଁ ଚିତ୍ର ଆଙ୍କିଥିଲେ ତାହା ଖୁବ୍‌ ଜୀବନ୍ତ ପରି ଲାଗୁଥିଲେ। ଆପଣ ବି ତାଙ୍କ ହାତରେ ଅଙ୍କା ଯାଇଥିବା ଏହି ଚିତ୍ରକୁ ଦେଖି ଜାଣି ପାରିବେ ।

ସନାଙ୍କ ପିତାଙ୍କ ନାମ ରବୀନ୍ଦ୍ର କର୍ମକାର। ସନା କଟକର ଚାନ୍ଦିନୀଚୌକସ୍ଥିତ କାଜିବଜାରରେ ବସବାସ କରନ୍ତି ଏବଂ କଟକର କାଜିବଜାରସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ସେକ୍ସନ୍‌ ବିରେ ସନା କରମାକର ପାଠପଢ଼ନ୍ତି।

ସମ୍ବନ୍ଧିତ ଖବର