ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଡ୍ରାଇଭର-ହେଲପର ଆହତ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଆଜି ପାହାନ୍ତିଆ ୪ଟା ସମୟରେ ଏକ ୧୬ ଚକିଆ ବାଲି ବୋଝଇ ଟ୍ରକ ନନ୍ଦପୁର ମୁଖ୍ୟ ରାସ୍ତା ଏମଡିଆର୫୫ରେ ସର୍ବେଶ୍ୱର ମନ୍ଦିର ନିକଟରେ ରାସ୍ତା ପାର୍ଶ୍ୱରେ ଓଲଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ଡ୍ରାଇଭର ରାମ ଚନ୍ଦ୍ର ନାୟକ (୪୨)ହେଲପର ପ୍ରାଦ୍ୟୁମ୍ନ ନାୟକ (୧୯) ଥିଲେ। ତାଙ୍କ ଘର କଳାହାଣ୍ଡି ଜିଲ୍ଲା  ରୋନୋମାଲ ଗାଁ ବୋଲି ଜଣାପଡିଛି। ବାଲି ଧର୍ମଗଡ଼ରୁ ପାଡେରୁ ଆନ୍ଧ୍ରପ୍ରଦେଶ ଯାଉଥିଲା।

ସମ୍ବନ୍ଧିତ ଖବର