ବାଲିବୋଝେଇ ତିନି ଟ୍ରାକ୍ଟର ଜବତ 

ଛେଣ୍ଡିପଦା: ବେଆଇନ ବାଲି ବୋଝେଇ ତିନି ଟ୍ରାକ୍ଟର ଜବତ କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ପକ୍ଷରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଜି ଦିନ ୧୨ ଟାରେ ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ବାଗେଡ଼ିଆ ବଜାର ସାହି ନିକଟରୁ ବାଲି ବୋଝେଇ ଓଡ଼ି-୧୯-ଏଫ-୮୨୪୬ ନମ୍ବର ଟ୍ରାକ୍ଟର ଜବତ କରି ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ଅପରାହ୍ନ ୪ ଟାରେ ବ୍ଲକ ଛକରୁ ଓଆର-୧୯-ଇ-୫୬୪୨ ବାଲି ବୋଝେଇ ଟ୍ରାକ୍ଟର ଜବତ ୧୫ ହଜାର ଟଙ୍କା ଆଦାୟ କରାଯାଇଛି। ସେଇଭଳି ଦେବଗଡ଼ ଛକରୁ ଓଡ଼ି-୧୯-ଆର-୬୦୫୪ ନମ୍ବର ଟ୍ରାକ୍ଟର ଜବତ କରି ୧୫ ହଜାର ଟଙ୍କା ଆଦାୟ କରାଯାଇଛି।

ସମ୍ବନ୍ଧିତ ଖବର