ଚୋରା ବାଲି ଚାଲଣ; ସରକାରୀ କର୍ମଚାରୀଙ୍କୁ ଧମକ, ଜଣେ ଗିରଫ

ବାରିପଦା: ଚୋରା ବାଲି ଚାଲଣ ବେଳେ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଚମକ ଅଭିଯୋଗରେ ବାରିପଦା ଟାଉନ୍ ଥାନା ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ସୂଚନାମୁତାବକ କୁଳିଅଣା ତହସିଲଦାରଙ୍କ ଅଭିଯୋଗମତେ ଆଜି ଟ୍ରାକ୍ଟର ନଂ ଓଡି. ୧୧ଡି. ୧୪୦୭ /୧୪୦୮ ବାଲି ବୋଝେଇ କରି ଯାଉଥିବା ବେଳେ, ବାରିପଦା-୩ ରାଜସ୍ୱ ନିରୀକ୍ଷକ(ଆରଆଇ) ଗାଡିକୁ ଅଟକାଇ ଟ୍ରାନ୍ଜିଟ ପାସ ମାଗିଥିଲେ ।

ତେବେ ଗାଡିର ଡ୍ରାଇଭର ବୈଧ ଟ୍ରାନଜିଟ ପାସ ଦେଖାଇ ନପାରିବାରୁ ଅଟକ ରଖି ପଚରାଉଚୁରା କରୁଥିଲେ ଆରଆଇ। ଟ୍ରାକ୍ଟର ମାଲିକ ବୁନୁ ଓରଫ୍ ଉତ୍କଳ କୁମାର ଦେଙ୍କୁ ଘଟଣା ସ୍ଥଳକୁ ଡକାଯାଇଥିଲା। ମାତ୍ର ବୁନୁ ଘଟଣାସ୍ଥଳରେ ପହଞ୍ଚି ଅନଧିକାର ଭାବେ ଡ୍ରାଇଭରକୁ ଘଟଣା ସ୍ଥଳରୁ ପଳାଇ ଯିବାକୁ କହିଥିଲେ। ଏପରିକି ଉପସ୍ଥିତ ସରକାରୀ ରାଜସ୍ୱ ଅଧିକାରୀଙ୍କୁ ଧମକ ଚମକ ଦେଇ ସେଠାରୁ ଅନ୍ୟ ଜଣେ ସହଯୋଗୀଙ୍କ ବାଇକରେ ସେ ନିଜେ ମଧ୍ୟ ପଳାଇ ଯାଇଥିଲେ । ରାଜସ୍ୱ ନିରୀକ୍ଷକ ଏବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ କୁଳିଅଣା ତହସିଲଦାର ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ ।

ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଅଭିଯୋଗ ପାଇ ତୁରନ୍ତ ବାରିପଦା ଟାଉନ ଥାନା କେସ ନଂ ୮୮୫ ତା ୧୭/୧୦/୨୧ ରିଖ ମୂଳେ, କେସ ରୁଜୁ କରିବା ସହିତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ଉପରୋକ୍ତ ନମ୍ବର ଥିବା ବାଲି ନଥିବା ଖାଲି ଟ୍ରାକଟର ସହିତ ବାରିପଦା ରଘୁନାଥପୁର ଅଂଚଳର ଅଭିଯୁକ୍ତ ମାଲିକ ବୁନୁ ଓରଫ୍ ଉତ୍କଳ କୁମାର ଦେ’ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 

 

ସମ୍ବନ୍ଧିତ ଖବର