ଝାରସୁଗୁଡ଼ା: ଝାରସୁଗୁଡ଼ା ଇବ୍ ନଦୀରୁ ବେଆଇନ ବାଲି ଉତ୍ତୋଳନ ମାମଲାକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲ ଗ୍ରହଣ କରିଛି ଓ ଏହାର ଆଇନଗତ ଦିଗ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛି। ଟ୍ରିବୁନାଲ ପକ୍ଷରୁ ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶ କୁମାର ଗୋୟଲ ନିଜେ ଏହି ମାମଲାକୁ ଗୁରୁତ୍ୱର ସହ ବିଚାର ପାଇଁ ଗ୍ରହଣ କରିଛନ୍ତି। ଗତ ଅକ୍ଟୋବର ୩୦ରେ ଟ୍ରିବୁନାଲର ଅଧ୍ୟକ୍ଷ ଶ୍ରୀ ଗୋୟଲଙ୍କ ଅଧ୍ୟକ୍ଷତାରେ ସଦସ୍ୟ ଜଷ୍ଟିସ୍ ଏସ୍.ପି. ୱାଙ୍ଗଡ଼ି, ଜଷ୍ଟିସ କେ. ରାମକ୍ରିଷ୍ଣା ଓ ସୁଦକ୍ଷ ସଦସ୍ୟ ଡ. ସତ୍ୟୱାନ ସିଂହ ଗର୍ବୟାଲଙ୍କ ଦ୍ଵାରା ଗଠିତ ଖଣ୍ଡପୀଠ ୧ ନମ୍ବର କୋର୍ଟରେ ଏହାର ଶୁଣାଣି କରିଥିଲେ।
ଗତ ଜୁନ ମାସରେ ସମ୍ବାଦରେ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ସଂପର୍କରେ ଧାରାବାହିକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରକାଶ ପାଇବା ପରେ ସମ୍ବାଦ ଖବରକାଗଜର ରିପୋର୍ଟକୁ ସଂଲଘ୍ନ କରି ହୃଦାନନ୍ଦ ବେହେରା ଓ ଅନ୍ୟମାନେ ଏନ୍ଜିଟି ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ ଓ ମାନ୍ୟବର ଏନ୍ଜିଟି ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଏଥିରେ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରି ଝାରସୁଗୁଡ଼ା ଜିଲ୍ଲା ମାଜିଷ୍ଟ୍ରେଟ୍, ଏସ୍ଇଆଇଏ ( ଷ୍ଟେଟ୍ ଏନଭରମେଣ୍ଟ ଇମ୍ପାକ୍ଟ ଆସେସ୍ମେଣ୍ଟ) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ରିପୋର୍ଟ ଲତବ କରିଥିବା ବେଳେ ନୋଟିସ ପାଇବାର ଏକ ମାସ ମଧ୍ୟରେ ଟ୍ରିବୁନାଲରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଟ୍ରିବୁନାଲ ନୋଟିସ ସହିତ ସମ୍ବାଦର ରିପୋର୍ଟ ମଧ୍ୟ ସଂଲଘ୍ନ କରିଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଇବ୍ ନଦୀଶଯ୍ୟାରୁ ଦୟାନିଧି ପ୍ରଧାନ ଓ ସୂର୍ଯ୍ୟପ୍ରକାଶ ବେଇ ନାମକ ଦୁଇଜଣ ବ୍ୟକ୍ତି ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିବାରୁ ବାରମ୍ବାର ନଦୀର ଗତପଥ ପରିବର୍ତ୍ତନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ପାନୀୟ ଜଳ ମଧ୍ୟ ସଂକଟ ଦେଖା ଦେଉଛି। ଅଭିଯୋଗକାରୀମାନେ ଏହି ବେଆଇନ କାରବାରରେ ଦୁଇ ଜଣ ରାଜସ୍ୱ ଅଧିକାରୀ ଓ ଜଣେ ପୁଲିସ ଅଧିକାରୀଙ୍କୁ ମଧ୍ୟ ସଂପୃକ୍ତ କରିଥିବା ଜଣାଯାଇଛି। ଏନ୍ଜିଟି ଏହି ମାମଲା ଗ୍ରହଣ କଲା ପରେ ଏହି ବେଆଇନ କାରବାରକୁ ପ୍ରୋତ୍ସାହିତ କରୁଥିବା କିଛି ଅସାଧୁ ଅଧିକାରୀ ଓ ବାଲି ମାଫିଆଙ୍କ ମଧ୍ୟରେ ଛନ୍କା ପଶିଯାଇଛି।
/sambad/media/post_attachments/wp-content/uploads/2019/11/jsg3-1.jpg)
ଝାରସୁଗୁଡ଼ା ଜିଲ୍ଲାରୁ ହଜାର ହଜାର କୋଟି ଟଙ୍କାର ବାଲି ବେଆଇନ କାରବାର ଉପରେ ଏହି ମାମଲା ରୋକ୍ ଲଗାଇ ପାାରେ ବୋଲି ଅନୁମାନ କରାଯାଉଛି। ଝାରସୁଗୁଡ଼ା ଜିଲ୍ଲାର ଇବ୍ ନଦୀର ବାଲି ସମ୍ବଲପୁର ଜିଲ୍ଲା ସମେତ ପଡ଼ୋଶୀ ଛତଶଗଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ବେଆଇନ ଚାଲାଣ ହେଉଥିବା ବେଳେ ମାଫିଆମାନେ ଲଘୁ ଖଣିଜ ଆଇନକୁ ଜଳାଞ୍ଜଳି ଦେଇ ବେଆଇନ ଭାବରେ ବାଲି କାରବାର ଯୋଗୁଁ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଲଘୁ ଖଣିଜ ଆଇନ ଅନୁଯାୟୀ ରାତିରେ ବାଲି ଉତ୍ତୋଳନ ନକରିବା, ନଦୀ ଶଯ୍ୟାରେ ମେସିନ ବ୍ୟବହାର ନକରିବା ସହିତ ଆହୁରି ଅନେକ ନିୟମ ରହିଛି ମାତ୍ର ବାଲି ମାଫିଆମାନେ ରାଜସ୍ୱ ଅଧିକାରୀ ମାନଙ୍କୁ ହାତ କରି ସମସ୍ତ ନିୟମକୁ ଫୁ କରି ଦେଉଥିବା ନେଇ ସମ୍ବାଦରେ ଏକାଧିକ ରିପୋର୍ଟ ପ୍ରକାଶ ପାଇସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/jsg2-1.jpg)