କୋରାପୁଟ/ସେମିଳିଗୁଡା: କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ର ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଚାଲାଣ ହେଉଥିଲା ଦାମୀ ଚନ୍ଦନ କାଠ। କୋରାପୁଟରୁ ଏକ କମାଣ୍ଡରରେ ରାୟପୁରକୁ ନେଇ କେରଳ ଯିବାକୁ ଯୋଜନା ରହିଥିବାବେଳେ ମାଡି ବସିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ପୁଲିସ। ଘଟଣାରେ କେରଳର କଶାରଗଡ ଜିଲ୍ଲା ବାଡିଆଡୁକା ଥାନା ଅନ୍ତର୍ଗତ ଅବଦ୍ଦୁଲ ରେହମାନ (୫୦) ଓ ଅଧୁର ଥାନା ଅନ୍ତର୍ଗତ କେ.ଉମର (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ତାଙ୍କଠାରୁ ୧୩୦ କେଜି ଚନ୍ଦନ କାଠ, ୪୨୦୦ ଟଙ୍କା, ଦୁଇଟି ମୋବାଇଲ ସହ କୋରାପୁଟରେ ପଞ୍ଜୀକୃତ ହୋଇଥିବା କମାଣ୍ଡର (ଓଆର୧୦ବି୯୩୦୭)କୁ ଜବତ କରାଯାଇଛି। ତେବେ ପୁଷ୍ପା ଫିଲ୍ମ ଶୈଳୀରେ ଦୀର୍ଘ ଦିନ ଏହି କାରବାର ଚାଲୁଥିବାବେଳେ ଏହାକୁ ଜାଣି ପାରୁ ନ ଥିଲା ବନବିଭାଗ ।
ଆଜି ପୁଲିସ ଏହି ମାଫିଆଙ୍କୁ ଧରିବା ପରେ ସତ ପଦାକୁ ଆସିଛି। ମିଳିଥିବା ସୂଚନା ମୁତାବକ ଆରକୁ ଅଞ୍ଚଳରୁ ଚନ୍ଦନକାଠ ଅଭିନବ ଉପାୟରେ କମାଣ୍ଡାର ସିଲିଂ ଟପ୍ ଓ ସିଟ୍ ତଳେ ସିକ୍ରେଟେ ଚ୍ୟାମ୍ବର କରି ନେଉଥିବାବେଳେ ଜାନିଗୁଡା ନିକଟରେ ସୂଚନା ପାଇ ସେମିଳିଗୁଡା ପୁଲିସ ମାଡି ବସିଥିଲା | ତେବେ କେରଳର ଏହି ଚନ୍ଦନକାଠ ମାଫିଆ ପୂର୍ବରୁ କେତେ ଥର ଏହି ଅଞ୍ଚଳଗୁଡିକରୁ ଚନ୍ଦନ କାଠ ଚୋରା ଚାଲାଣ କରିଛନ୍ତି ତାହାର ହିସାବ ଖୋଜୁଛି ପୁଲିସ। ଅନ୍ୟପଟେ ଚଚନ୍ଦକାଠ ଥିବା ଜଙ୍ଗଲ ଅଞ୍ଚଳକୁ ବାହାର ରାଜ୍ୟର ମାଫିଆଙ୍କ ନଜର କିପରି ଆସୁଛି ତାକୁ ନେଇ ଉଠିଛି ପ୍ରଶ୍ନ।
/sambad/media/post_attachments/wp-content/uploads/2022/09/IMG-20220926-WA0038-e1664195993314-300x284.jpg)
ତେବେ ଏହି ମାଫିଆ ଅବଦ୍ଦୁଲ ରେହମାନ ଆଜି ଏହି ଚନ୍ଦନ କାଠ ବ୍ୟବସାୟ କରୁଥିବା ମନେ ହେଉନାହିଁ। ପୁର୍ବରୁ ଏହି କମାଣ୍ଡାର ଜଣେ କୋରାପୁଟର ଲୋକଙ୍କ ନାମରେ ପଞ୍ଜୀକରଣ ହୋଇଥିବାବେଳେ ଏହାକୁ ଚଞ୍ଚକତା କରି ନିଜ ନାମରେ କରେଇ ଦେଇଛନ୍ତି ରେହମାନ। ୨୦୦୬ ମସିହାରେ ଏହି କମାଣ୍ଡର ଗାଡିଟି କିଣାଯାଇଥିବାବେଳେ ୨୦୧୫ରେ ଏହାକୁ ରେହମାନ ନିଜ ନାମରେ କରେଇ ନେଇଛନ୍ତି। ଏହି ଗାଡିକୁ ବ୍ୟବହାର କରି ପୁଷ୍ପା ଶୈଳୀରେ ଚୋରା ଚାଲାଣ କରୁଥିଲେ ଏହି ମାଫିଆ। ପୁଲିସ ୧୪୧/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/IMG-20220926-WA0014.jpg)