କୋରାପୁଟ: ଚନ୍ଦନ କାଠ ଚୋରା ଚାଲାଣ ଅଭିଯୋଗରେ ଆଜି କୋରାପୁଟ ରେଞ୍ଜ ପକ୍ଷରୁ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ଦୁଇ ମୁଖ୍ୟ କାର୍ପଟଦାର ହେଲେ ସଦର ଥାନା ଅଞ୍ଚଳ ବରୀଗୁଡା ଗାଁର ବୁଡୁ ମୁଦୁଲି(୪୬),ମାଛରା ଗାଁର ରତା ମାଝି(୩୯)। ଏମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୦କେଜି ଚନ୍ଦନ କାଠ, ଗୋଟିଏ ମୋଟର ସାଇକେଲ ଓ କାଠ କାଟିବାକୁ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିଲେ।
ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ଚମ୍ପଟ ମାରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ କୋରାପୁଟ ସଦର ଅଂଚଳର ବରୀଗୁଡାରେ ପାଟ୍ରୋଲିଂ କରୁଥିଲେ କୋରାପୁଟ ରେଞ୍ଜର କର୍ମଚାରୀ। ଚନ୍ଦନ କାଠ ଜଙ୍ଗଲରୁ କାଟି ଚୋରା ଚାଲାଣ କରୁଥିବା ଖବର ପାଇଥିଲେ ରେଞ୍ଜର ରୋହିତ କୁମାର ଓ ସାଥି। ଘଟଣାସ୍ଥଳରୁ ହିଁ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ କରୁଛି |