ବଲାଙ୍ଗୀର: ଭାଉଜଙ୍କ ନିର୍ବାଚନ ରଣନୀତି ଆଗରେ ଦିଅରଙ୍କ ଲୋକପ୍ରିୟତା ଫେଲ୍ ମାରିଛି। ପାଟଣାଗଡ ରାଣୀ ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ବଲାଙ୍ଗୀର ସିଂହାସନ ଦଖଲ କରିଥିବା ବେଳେ ବଲାଙ୍ଗୀର ଯୁବରାଜଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି । କଡା ମୁକାବିଲା ମଧ୍ୟରେ ୧୯୫୧୬ଖଣ୍ଡ ଭୋଟରେ ଦିଅର କଳିକେଶ ନାରାୟଣ ସିଂହଦେଓଙ୍କୁ ମାତ ଦେଇ ଭାଉଜ ସଙ୍ଗୀତା ସିଂହଦେଓ ବିଜୟ ସୂଚକ ଚୌକା ମାରିଛନ୍ତି । ଆଉ ତେବେ ପୁଣିଥରେ ଏହି ଆସନ ରାଜପରିବାର ମଧ୍ୟରେ ହିଁ ସୀମିତ ରହିଛି ।
ବଲାଙ୍ଗୀର ଆସନରେ ବିଜେପି-ବିଜେଡି ମେଣ୍ଟ ଥିବା ବେଳେ ପାଟଣାଗଡ ରାଣୀ ତଥା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଲଗାତାର ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ବିଜୟର ହ୍ୟାଟ୍ରିକ ମାରିଥିଲେ । ତେବେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବଦଳିଥିଲା ସଙ୍ଗୀତ ସିଂହଦେଓଙ୍କର ଭାଗ୍ୟ । ରାଜନୀତିର ଏହି ପୋଖତ ଖେଳାଳିଙ୍କ ଫେଲ ମାରିଥିଲା ନିର୍ବାଚନ ରଣନୀତି । ମେଣ୍ଟ ଭାଙ୍ଗିବା ପରେ ସଙ୍ଗୀତାକୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଦିଅର ତଥା ବଲାଙ୍ଗୀର ରାଜକୁମାର କଳିକେଶ ନାରାୟଣ ସିଂହଦେଓଙ୍କୁ ସଙ୍ଗୀତାଙ୍କ ବିରୋଧରେ ପ୍ରାର୍ଥୀ କରି ବିଜେଡି ଛାଡିଥିଲା ବଡ ବ୍ରହ୍ମାସ୍ତ୍ର। ଯେଉଁଥିରେ ବାଜି ମଧ୍ୟ ମାରିଥିଲା ବିଜେଡି। ପ୍ରଥମ ଥର ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା କଳିକେଶ ଭାଉଜ ସଙ୍ଗୀତାଙ୍କୁ ମାତ ଦେଇ ବିଜେଡିର ବିଜୟ ଅଭିଯାନ ଆରମ୍ଭ କରିଥିଲେ । ଆଉ ଏହାପରେ କଳିକେଶଙ୍କ ବିଜୟ ରଥରେ ଲାଗି ନଥିଲା ବ୍ରେକ । ୨୦୧୪ରେ ମଧ୍ୟ ପୁର୍ନବାର ଭାଉଜ ସଙ୍ଗୀତାଙ୍କୁ ମାତ ଦେଇ ଦିଲ୍ଲୀ ଦରବାରରେ ପହଞ୍ଚିଥିଲେ କଳିକେଶ ।
/sambad/media/post_attachments/wp-content/uploads/2019/05/SUNIL-GFX-3-UP-750x430.jpg)
ଏସବୁ ଭିତରେ ୨୦୧୯ ନିର୍ବାଚନ ଫଳାଫଳ ସହ ବଲାଙ୍ଗୀରରେ ରାଜପରିବାରକୁ ଲାଗିଛି ବଡ ଝଟକା । ପୂର୍ବରୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବଲାଙ୍ଗୀର ରାଜପରିବାରର ଯେଉଁ ଦବଦବା ରହିଥିଲା ସେଥିରେ ଲାଗିଛି ବ୍ରେକ । ବିଜେଡିରୁ ଉଭୟ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ହୋଇଥିବା ଦୁଇ ଭାଇ କଳିକେଶ ନାରାୟଣ ସିଂହଦେଓ ଓ ଅର୍କେଶ ସିଂହଦେଓଙ୍କୁ ରିଜେକ୍ଟ କରିଛନ୍ତି ଭୋଟର । ସେହିଭଳି ପାଟଣାଗଡ ବିଧାନସଭା ଆସନରୁ ଲଗାତାର ଜିତି ଆସୁଥିବା ବିଜେପିର ହେଭିୱେଟ କେଭିଙ୍କୁ ମଧ୍ୟ ପ୍ରତ୍ୟାଖାନ କରିଛନ୍ତି ଜନତା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/IZ8yv6aM_400x400.jpg)