ସ୍ବଚ୍ଛ ଗଞ୍ଜାମ ପାଇଁ ସହର ପରି ଗାଁରେ ହେବ ପରିମଳ ବ୍ୟବସ୍ଥା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ବ୍ଳକ୍ ଗସ୍ତ କରି କରୋନା ପାଇଁ ସର୍ତ୍ତକତା ମୂଳକ ପଦକ୍ଷେପ ନେବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବର୍ତ୍ତମାନ କରୋନାର ଦ୍ବତୀୟ ଲହରୀ ଆରମ୍ଭ ହୋଇଥିବା ଆଭାସ ମିଳୁଥିବା ଯୋଗୁ ବତ୍ତମାନ ଠାରୁ ହିଁ ସର୍ତ୍ତକତା ମୂଳକ ପଦକ୍ଷେପ ଗ୍ରହଣ କଲେ ସ୍ଥତି ନିୟନ୍ତ୍ରଣରେ ରହିପାରିବ ବୋଲି ଶ୍ରୀ କୁଲାଙ୍ଗେ କହିଥିଲେ। ଏଥି ନିମନ୍ତେ ଆଜି ଠାରୁ ଜିଲ୍ଲାରେ ଘରକୁ ଘର ବୁଲି ସ୍ବାସ୍ଥ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଶ୍ରୀ କୁଲାଙ୍ଗେ ପ୍ରକାଶ କରିଛନ୍ତି।

ଭୋଜି,ବଣ ଭୋଜି,ବିଶେଷ କରି ଗ୍ରାମାଞ୍ଚଳରେ ହେଉଥିବା ତାସ୍ ଖେଳରେ ସାମାଜିକ ଦୂରତ୍ବ ରହୁନଥିବାରୁ ଏହା ଠାରୁ ସମସ୍ତଙ୍କୁ ଦୂରେଇ ରହିବା ପାଇଁ ସମସ୍ତ ସରପଞ୍ଚ ସମିତି ସଭ୍ୟ, ବ୍ଳକ୍ କର୍ମଚାରୀ ମାନଙ୍କୁ କହିଥିଲେ ଏଥିସହ ଗ୍ରାମାଞ୍ଚଳରେ ଲୋକ ମାନଙ୍କ ଆର୍ଥିକ ସ୍ଥିତି ଭୂଶୁଡି ପଡିଥିବା ବେଳେ ନରେଗାରେ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା ପାଇଁ କହିଥିଲେ। ଏଥି ନିମିତ୍ତ ସବୁ ପଞ୍ଚାୟତରେ ଆବଶ୍ୟକ ଅଙ୍ଗନବାଡି କେନ୍ଦ୍ର,ପୋଖରୀ,ହୁଡା ନିର୍ମାଣ, ମୋ ଉପକାରୀ ବଗିଚା , ଖେଳପଡିଆ,ସରକାରୀ କୋଠା,ବୃକ୍ଷ ରୋପଣ ଆଦି ନରେଗାରେ ଯୋଜାନାରେ ଅର୍ନ୍ତଭୁକ୍ତ କରି ଲୋକ ମାନଙ୍କୁ ନିୟୋଜିତ କରିବା ପାଇଁ ସମସ୍ତ ଜନପ୍ରତିନିଧି ଓ ଅଧିକାରୀ ମାନଙ୍କୁ କହିଥିଲେ।

ଯେଉଁ କର୍ମଚାରୀ ମାନୋ ନରେଗାରେ ଶ୍ରମ ଦିବସ ସୃଷ୍ଟି କରି ଲୋକ ମାନଙ୍କୁ ରୋଜଗାର ଦେବାରେ ହେଳା କରିବେ ସେମାନଙ୍କ ବିେରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଏଥିସହ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଆଲୋକ ଓ ପାନିୟ ଜଳ ବ୍ୟବସ୍ଥା କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମକୁ ତ୍ବରାନ୍ବିତ କରିବା ପାଇଁ ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ପରିମଳ ବ୍ୟବସ୍ଥା କରି ପ୍ରତି ଘରରୁ ଅଳିଆ ସଂଗ୍ରହ କରି ଆର୍ବଜନା ପରିଚାଳନା କରାଯିବା ନେଇ ସେ ବୈେଠକରେ ପ୍ରକାଶ କରିଥିଲେ। ଶ୍ରୀ କୁଲାଙ୍ଗେ ଶେରଗଡ଼ ବ୍ଳକ୍ରେ ସମୀକ୍ଷାେ ସାରି ସୋରଡ଼ା ଏହାପରେ ଭଞ୍ଜନଗର ବ୍ଳକ୍ ପରିସରରେ ବୈଠକରେ ଯୋଗଦେଇଥିଲେ।

ଏଠାରୁ ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦରେ ସରପଞ୍ଚ ସମିତିସଭ୍ୟ,ପଞ୍ଚାୟତ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଗସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ବିଡିଓ ଅନୀଲ କୁମାର ସେଠୀ, ଅଧ୍ୟକ୍ଷ ବିନ ଦଳବେହେରା,ଉପାରଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ,ତହସିଲଦାର ଆଲୋକ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଜଗନ୍ନାଥପ୍ରସାଦରେ ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା,ଏଟିଓ ବାଇରାଲ ମୁର୍ମୁ,ସିଡିପିଓ ମଣିମାଳା ନାୟକ,ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର