ରାଉରକେଲା: କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସହରର ଛେଣ୍ଡ୍, ବାସନ୍ତୀ କଲୋନି, ସିଭିଲ ଟାଉନସିପ୍, ଉଦିତନଗର ଆଦି ବିଭିନ୍ନ ଜନବସତି ଅଞ୍ଚଳରେ ବ୍ୟାପକ ବିଶୋଧନ କରାଯାଉଛି। ସେହିଳି ରାଉରକେଲା ସ୍ବତନ୍ତ୍ର କାରାଗାରରେ ମଧ୍ୟ ବିଶୋଧନ ପ୍ରକ୍ରିୟାକୁ ଅଗ୍ରାଧିକାର ଦିଆଯାଉଛି। ଆରଏମ୍ସି କର୍ମଚାରୀ ସପ୍ତାହକୁ ଦୁଇ ଥର ବିଶୋଧନ କରୁଛନ୍ତି। ଜେଲକୁ ଆସୁଥିବା ବିଚାରାଧୀନ କଏଦୀମାନଙ୍କର ଆଣ୍ଟିଜେନ ଟେଷ୍ଟ୍ କରାଯାଉଛି। ଏହାସହ ୧୪ ଦିନ ପର୍ଯ୍ୟନ୍ତ ସ୍ବତନ୍ତ୍ର ୱାର୍ଡରେ ସଙ୍ଗରୋଧରେ ରଖାଯାଉଛି। ଏତଦ୍ବ୍ୟତୀତ ଜେଲରେ ପୂର୍ବରୁଥିବା ଅନ୍ତେବାସୀଙ୍କ କୋଭିଡ୍ ଲକ୍ଷଣ ଦେଖାଗଲେ ୭ ଦିନ ପାଇଁ ସଙ୍ଗରୋଧରେ ରଖାଯାଉଥିବା ସୂଚନା ଦିଆଯାଇଛି।
ରାଉରକେଲା ସ୍ବତନ୍ତ୍ର କାରାଗାରରେ ବ୍ୟାପକ ବିଶୋଧନ
/sambad/media/post_attachments/wp-content/uploads/2021/05/f8e60d40-fea8-4f58-b603-366db9b11df3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)