ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେଲା ସାନିଟାଇଜେସନ ଅଭିଯାନ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଆଜି ଠାରୁ ସାନିଟାଇଜେସନ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଓ ଜରୁରୀକାଳୀନ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଛି ।

କାର୍ଯ୍ୟକ୍ରମ ହାତକୁ ନେଇ ଥିବା ଅନୁଷ୍ଠାନ ଅନ୍ୟନ୍ତ ଟେଲିକ୍ରୋନିକ୍ସ ପ୍ରାଇଭେଟ ଲିଃ(ଏଟିପିଏଲ୍)ର ଜ୍ୟୋତି ରଂଜନ ମହାପାତ୍ର କହିଛନ୍ତି ଯେ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆସନ୍ତା କାଲି ଠାରୁ ଭୁବନେଶ୍ୱର ମହାନଗର ନିଗମରେ ଏହି କାର୍ଯ୍ୟ କରାଯିବ । ପ୍ରତି ୮ ମାସରେ ଥରେ ୩ଟି ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଘରର ଦାଣ୍ଡ ଏଭଳି ସାନିଟାଇଜ୍ କରାଯିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଲୋକଙ୍କ ମଧ୍ୟରେ କୋଭିଡ୍, ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ସଚେତନତା ଓ ବେକାରୀ ଯୁବକଯୁବତୀଙ୍କୁ କର୍ମନିଯୁକ୍ତି । ପ୍ରଥମ ଦଫାରେ ୧୫ଜଣ ସ୍ୱେଚ୍ଛାସେବୀ ଏହି ସାନିଟାଇଜ୍ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ପୌରାଂଚଳ ଓ ବ୍ଲକ ୱାରୀ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି କରାଯାଇ ସେମାନଙ୍କୁ ଏହି କାମ ପାଇଁ କିଛି ପାରିଶ୍ରମିକ ଦେବାର ବ୍ୟବସ୍ଥା କରାଯାଇଛି ।

ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଏଟିପିଏଲର ସ୍ୱେଚ୍ଛାସେବୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ସାନିଟାଇଜ୍ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନୁଜ ଦାସପଟ୍ଟନାୟକ, ଜରୁରୀକାଳୀନ ଅଧିକାରୀ ସଂଘମିତ୍ରା ବେହେରା, ଡିପିଓ ସଚ୍ଚିଦାନନ୍ଦ ପତି, ଏଟିପିଏଲ ମୁଖ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ, ସନ୍ତୋଷ କୁମାର ଖିଲାର, ଦୀପକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର