ସ୍ବାସ୍ଥ୍ୟ କର୍ମୀଙ୍କ ଅଭିନବ ପ୍ରୟାସ: ସ୍ବୟଂ ଚାଳିତ ବିଶୋଧନ ଯନ୍ତ୍ର ତିଆରି କରି ସ୍ବାସ୍ଥ୍ୟ କେନ୍ଦ୍ରକୁ ଦାନ କଲେ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ପୁରୁଷ ସ୍ବାସ୍ଥ୍ୟ କର୍ମୀ ମନତୋଷ ଘରାମି ନିଜ ଖର୍ଚ୍ଚରେ ଏକ ସ୍ବୟଂ ଚାଳିତ ବିଶୋଧନ ଯନ୍ତ୍ର ତିଆରି କରି ମେଡିକାଲକୁ ଦାନ କରିଛନ୍ତି। କରୋନା ଦାଉରୁ ରକ୍ଷା ପାଇବା ନିମନ୍ତେ ପୂଜାରୀଗୁଡା ଭଳି ଏକ ଉପାନ୍ତ ମେଡିକାଲକୁ ଆସୁଥିବା ରୋଗୀ ଙ୍କୁ ବିଶୋଧନ କରିବା ପାଇଁ ନିଜ ଖର୍ଚ୍ଚ ରେ ସମସ୍ତ ଜିନିଷ କ୍ରୟ କରି ନିଜ ଘରେ ୩ ଦିନ ମଧ୍ୟରେ ଏକ ସ୍ବୟଂ ଚାଳିତ ଯନ୍ତ୍ର ତିଆରି କରିଛନ୍ତି। ।

ଆଜି ଏହି ସ୍ବୟଂ ଚାଳିତ ଯନ୍ତ୍ରକୁ ଲୋକାର୍ପିତ କରାଯାଇଛି । ଏହି ଯନ୍ତ୍ର ଭିତର ଦେଇ ଯିବା ମାତ୍ରେ ସମ୍ପୂର୍ଣ୍ଣ ଶରୀରଟି ବିଶୋଧନ ହୋଇଯାଏ। ଏଠାରେ ଏକ ଇନଫ୍ରାରେଡ୍ ଯନ୍ତ୍ର ଲାଗିଚି ଯାହା କି ମଣିଷ ଟି ପ୍ରବେଶ କରିବା ମାତ୍ରେ ଆପେ ଆପେ ଯନ୍ତ୍ର କାମ କରେ ଓ ଶରୀର ସାରା ବିଶୋଧନ ହୋଇଯାଏ। ବର୍ତ୍ତମାନ ଏହି ମେସିନ୍ ଟି ହସ୍ପିଟାଲର ଓପିଡି ଆଗରେ ଲାଗିଛି। ଯେ କୌଣସି ହସ୍ପିଟାଲ୍ କର୍ମୀ କିମ୍ବା ରୋଗୀ ହସ୍ପିଟାଲ୍ ଓପିଡି କୁ ପ୍ରବେଶ କରିବା ମାତ୍ରେ ସମ୍ପୂର୍ଣ୍ଣ ବିଶୋଧନ ହୋଇ ପ୍ରବେଶ କରିବେ। ଏହା ଦ୍ବାରା ହସ୍ପିଟାଲ୍ ଟି ସମ୍ପୁର୍ଣ୍ଣ ଭୁତାଣୁ ମୁକ୍ତ ହେବା ସହ ରୋଗୀ ଓ କର୍ମଚାରୀମାନେ ନିରାପଦରେ ରହି ପାରିବେ ବୋଲି ମେଡିକାଲ୍ ଅଫିସର ଡକ୍ଟର ଅଭୟ କୁମାର ଦେ ମନ୍ତବ୍ୟ ରଖିଛନ୍ତି।

ବଡ଼ ବଡ଼ ହସ୍ପିଟ।ଲରେ ଏପରି ବିଶୋଧନ ଯନ୍ତ୍ର ଲଗିନ ଥିବା ବେଳେ ପୂଜାରୀଗୁଡ। ପରି ଏକ ଉପାନ୍ତ ଅଞ୍ଚଳରେ ଥିବା ଏକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଲାଗିବ। ସମଗ୍ର ଓରିଶା ରେ ଥିବା ହସ୍ପିଟାଲ୍ ମାନଙ୍କ ପାଇଁ ଏକ ପ୍ରେରଣା ଭାବେ କାର୍ଯ୍ୟ କରିବ ବୋଲି ମତ ପ୍ରକାଶ ପାଇଛି । ମନତୋଷଙ୍କ କାର୍ଯ୍ୟକୁ ଆଜି ରୋଗୀ, କର୍ମଚାରୀ ଓ ଅଞ୍ଚଳବାସି ଭୂୟସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର