ସ୍ବାବଲମ୍ବୀ ସଂଯୁକ୍ତା; ଫ୍ୟାନ୍‌ସି ଜୁଏଲାରି ଦେଖାଇଛି ରାହା

ପଟ୍ଟାମୁଣ୍ତାଇ: ପଟ୍ଟାମୁଣ୍ତାଇ ବ୍ଲକ୍‌ ନିମପୁର ଗ୍ରାମର ସ୍ବାବଲମ୍ବୀ ମହିଳା ହେଉଛନ୍ତି ସଂଯୁକ୍ତା ଭୂୟାଁ। ୨୦୧୩ରୁ ସତ୍ୟସାଇ ଏସଏସଜି ଗଠନ କରି ଫ୍ୟାନ୍‌ସି ଜୁଏଲାରି ତିଆରି କରୁଛନ୍ତି। ଏହି ଜୁଏଲାରି ତାଙ୍କୁ ସ୍ବତନ୍ତ୍ର ପରିଚୟ ଆଣି ଦେଇଛି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଜୁଏଲାରି ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି ସେ। ସଂଯୁକ୍ତା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଋଣ ଆଣି ପ୍ରଥମେ ଏହି ଜୁଏଲାରି କାମଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ସେ କିଛି ମହିଳାଙ୍କୁ ନିଯୁକ୍ତି ଦେବା ସହ ନିମପୁରଠାରେ ଏକ ଜୁଏଲାରି ଦୋକାନ ବି କରିଛନ୍ତି। ଏହାସହ ସରକାରଙ୍କ ଆରଏସଇଟିଆଇରୁ ଜରିଆରେ ନିଜ ସହ ଗ୍ରାମର ୫ ଜଣ ଝିଅ ତାଲିମ ନେଇ ସହ ଏକ ଅତ୍ୟାଧୁନିକ ପାର୍ଲର ଖୋଲି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି।

Sambad

ଶାସନ ପଞ୍ଚାୟତର ମହିଳାମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ୨୦୧୬ରୁ ସଂଯୁକ୍ତା ପଞ୍ଚାୟତରେ ୬୫ଟି ସ୍ବୟଂସହାୟକ ଗୋଷ୍ଠୀ ଗଠନ କରିବା ସହ ଶାସନ ପଞ୍ଚାୟତ ମିଶନ ଶକ୍ତି ମହାସଂଘ ସଭାନେତ୍ରୀ ଭାବେ ଦାୟିତ୍ବ ନିର୍ବାହ ମଧ୍ୟ କରୁଛନ୍ତି। ଏହି ସ୍ବୟଂସହାୟକ ଗୋଷ୍ଠୀରେ ପାଖାପାଖି ୬୫୦ ଜଣ ମହିଳା ସଭ୍ୟ ଭାବେ ରହିଛନ୍ତି। ଏମାନଙ୍କୁ ମିଶନ ଶକ୍ତି ଜରିଆରେ ସଂଯୁକ୍ତା କର୍ମ ଯୋଗାଣ ପାଇଁ ପ୍ରୟାସ ଚଳାଇଛନ୍ତି।

ସମ୍ବନ୍ଧିତ ଖବର