କରୋନା କାହାଣୀ: ସଂଘର୍ଷ କରୁଛନ୍ତି ସଂଯୁକ୍ତା

ପଟ୍ଟାମୁଣ୍ତାଇ: ସ˚ଯୁକ୍ତା ନାୟକ। ପଟ୍ଟାମୁଣ୍ତାଇ ପୌରପରିଷଦ ଅନ୍ତର୍ଗତ ବଙ୍ଗାଳିଦିଆ ଗାଁର ୩ ନମ୍ବର ୱାର୍ଡରେ ଘର। ୨ ବର୍ଷ ତଳେ ପାଣ୍ଠି ସ˚ଚୟ କରି ସ୍ବୟ˚ସହାୟକ ଗୋଷ୍ଠୀର ସହାୟତାରେ ଆରମ୍ଭ କରିଥିଲେ ମିକ୍ସଚର ଓ ସିଲେଇ ମେସିନ କାମ। ଦୁଇ ପଇସା ରୋଜଗାର କରି ପରିବାର ଭରଣ ପୋଷଣ କରୁଥିଲେ। ସ୍ବାମୀ ଗାଁରେ ଏକ ଛୋଟ ଦୋକାନ କରି ତିଆରି ଜିନିଷକୁ ବିକ୍ରି କରିବାରେ ସହାୟକ ହେଉଥିଲେ। ମାସକୁ ୧୫/୨୦ ହଜାର ଟଙ୍କା ରୋଜଗାର ହେଉଥିଲେ। ମାତ୍ର କରୋନା ସବୁ ଉଜାଡି ଦେଲେ। ଭବିଷ୍ୟତ ସ୍ବପ୍ନ ଭାଙ୍ଗି ଚୂରମାର କରିଦେଲା। ବ˚ଚିବାକୁ ରାହା ନାହିଁ। ଜୀବନ ବ˚ଚିବା ଦୁର୍ବିସହ ହୋଇପଡିଛି।

ଏବେ ମାସ୍କ ତିଆରି କରି ବିକ୍ରି କରୁଛନ୍ତି। ମାସ୍କର ଚାହିଦା ବି କମିବାରେ ଲାଗିଛି। ‌ଏବେ ମାସକୁ ୫ ହଜାର ଟଙ୍କା ରୋଜଗାର କରିବା କଷ୍ଟକର ବି ହୋଇପଡ଼ୁଛି। ଏହାରି ଭିତରେ ନିଜକୁ ତିଷ୍ଠି ରହିବା ପାଇଁ ସ˚ଘର୍ଷ କରୁଛନ୍ତି ସ˚ଯୁକ୍ତା। ଲକ ଡାଉନ ପରେ ଏସବୁ ଜିନିଷ ବିକ୍ରି ଏକପ୍ରକାର ଠପ ହୋଇଯାଇଛି। ଯେଉଁ ୩ ଜଣ ମହିଳାଙ୍କୁ କାମ ପାଇଁ ନିଯୁକ୍ତି ଦେଇଥିଲେ ସେମାନେ ମଧ୍ୟ ଆର୍ଥିକ ସ˚କଟ ମଧୢରେ ଗତି କରୁଛି। ସ˚ଯୁକ୍ତାଙ୍କ ଘରେ ଥିବା ୪ ଜଣ କୁଟୁମ୍ବ ଏବେ ଦୁର୍ଦିନରେ। ବ୍ୟାଙ୍କ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେଲେ ସେ ପୁନରାୟ ନୁଆ ବ୍ୟବସାୟ କରିପାରେନ୍ତେ ବୋଲି ସ˚ଯୁକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର