ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ୍‌ଭି-୭୯ସ୍ଥିତ ସାବେରି ବିଦ୍ୟାଭବନ ନିକଟରେ ଥିବା ହାଇସ୍କୁଲ ପରିସରରୁ ଶନିବାର ଅପରାହ୍ନରେ ଏକ ଅଜଗର ସାପ ଉଦ୍ଧାର ହୋଇଛି। ଏହି ଅଜଗର ସାପର ଲମ୍ବ ୧୨ଫୁଟ ହେବ ବୋଲି ସ୍ନେକ୍‌ ହେଲପ୍‌ ଲାଇନ୍‌ର ସଦସ୍ୟ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ହାଇସ୍କୁଲ ପରିସରରେ ସ୍କୁଲ କର୍ତ୍ତୃପକ୍ଷ ଏକ ବିରାଟ ବଡ ଅଜଗର ସାପ ଦେଖିବା ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା। ସେ ସଙ୍ଗେସଙ୍ଗେ ସ୍କୁଲ ପରିସରରେ ସାପ ଥିବା ନେଇ ସ୍ନେକ୍‌ ହେଲପ୍‌ ଲାଇନ୍‌କୁ ଖବର ଦେଇଥିଲେ। ଏହାପରେ ସ୍ନେକ୍‌ ହେଲପ୍‌ ଲାଇନ୍‌ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡ଼ିଥିଲେ।

publive-image

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ମାଲକାନଗିରି ଜିଲ୍ଲା ଜେଲ ସାହି ନିକଟରେ ଜଣେ ବ୍ୟକ୍ତିଙ୍କ ଆଲମାରି ଭିତରୁ ବିରାଟ ବଡ଼ ଅଜଗର ବାହାରିବା ଘଟଣା ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ଜେଲ ସାହିରେ ବସବାସ କରୁଥିବା ସୁଷମା ଦେହୁରୀ କୌଣସି ଏକ ସ୍ଥାନକୁ ଯାଇଥିଲେ। ସେଠାରୁ ଫେରି ପୋଷାକ ରଖିବା ପାଇଁ ଆଲମାରୀ ଖୋଲିଥିଲେ। ଏହି ସମୟରେ ଆଲମାରୀ ଭିତରେ କ’ଣ ଗୋଟେ ହଲଚଲ ହେଉଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ସେ ଲାଇଟ ମାରି ଦେଖିଲା ବେଳକୁ ଏକ ଅଜଗର ସାପ ଆଲମାରୀ ଭିତରେ ଗୁଡ଼ାଇ ହୋଇ ଶୋଇଥିଲା। ସେ ସେହି ସ୍ଥାନରୁ କିପରି ଆସିବେ ତାଙ୍କୁ କିଛି ବୁଦ୍ଧିବାଟ ଦିଶି ନଥିଲା। କଳେବଳେ କୌଶଳେ ସୁଷମା ଘର ବାହାରକୁ ଚାଲି ଆସି ପାଖ ପଡୋଶୀଙ୍କୁ ସାପ ଥିବା ଜଣାଇବା ପରେ ସ୍ନେକ୍‌ ହେଲପ୍‌ ଲାଇନ୍‌କୁ ଖବର ଦିଆଯାଇଥିଲା। ଖବର ପାଇ ସ୍ନେକ୍‌ ହେଲପ୍‌ ଲାଇନ୍‌ ସୁଶମାଙ୍କ ଘରେ ପହଞ୍ଚି ଆଲମାରି ଭିତରୁ ପାଖାପାଖି ୧୨ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିବା ସହିତ ୪ଟି ଅଣ୍ଡା ବି ପାଇଥିଲେ। ଏହାପରେ ବନବିଭାଗ ସାପ ସହିତ ଅଣ୍ଡାକୁ ଧରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଥିଲେ।