କେନ୍ଦୁଝର: ବୀର ସିଦ୍ଧ କାହ୍ନୁଙ୍କ ୧୬୯ତମ ସାନ୍ତାଳ ବିପ୍ଲବ ଦିବସ ଉପଲକ୍ଷେ ଭାରତ ଜାକାତ୍ ମାଝୀ ପାର୍ଗାନ ମହଲ(କେନ୍ଦୁଝର), ଭାରତ ଜାକାତ୍ ସାରାନ ଧରମ ଚେଦେତ୍ ଆଶ୍ଳା(କେନ୍ଦୁଝର) ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନ ପକ୍ଷରୁ ଏକ ବିରାଟ ରାଲିରେ ଧରଣୀଧର ସ୍ୱୟଂ ଶାସିତ କଲେଜ ପଡ଼ିଆରୁ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସାନ୍ତାଳୀ ଭାଷାକୁ ସଂଖ୍ୟାଲଘୁ ଭାଷା ଭାବେ ମାନ୍ୟତା, ସାନ୍ତାଳୀ ଶିକ୍ଷାକୁ ପରିଚାଳନା ଓ ତ୍ୱରାନ୍ନିତ କରିବା ପାଇଁ ବୋର୍ଡ ଓ କାଉନସିଲର ଗଠନ, ୨୦୦୭ ମସିହା ନିଯୁକ୍ତି ପ୍ରାପ୍ତ ସାନ୍ତାଳୀ ଶିକ୍ଷକଙ୍କୁ ନିୟମିତ କରିବା, ସାନ୍ତାଳୀ (ଅଲ୍‌ଚିକି)ରେ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର ବ୍ୟବସ୍ଥା, ଆଦିବାସୀ ସମ୍ପ୍ରଦାୟର ସାର୍ନା ଧର୍ମକୁ କୋଲମ କୋଡରେ ସ୍ଥାନ ପାଇଁ ଓଡିଶା ବିଧାନସଭାରୁ ପାରିତ କରି କେନ୍ଦ୍ରକୁ ପଠାଇବା, ସମ୍ବିଧାନର ପଂଚମ ଅନୁସୂଚୀ ଅନୁସାରେ ମାଝୀ ପାରାଗାନଙ୍କୁ ମାନ୍ୟତା, ଓଡ଼ିଶାରେ ଓପିଏସ୍‌ସି, ଏସଏସ୍‌ସି ଇତ୍ୟାଦି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସାନ୍ତାଳୀ ଭାଷା(ଅଲ୍‌ଚିକି) ଅନ୍ତର୍ଭୁକ୍ତ, ଜାତୀୟ ଶିକ୍ଷାନୀତି-୨୦୨୦ ରେ ସାନ୍ତାଳୀ ଭାଷାକୁ (ଅଲଚିକି) ସ୍ଥାନ, ଆଦିବାସୀ ବିରୋଧି ବନ ସଂରକ୍ଷଣ ସଂଶୋଧନ ବିଲ-୨୦୨୩ କୁ ଓଡ଼ିଶା ସରକାର ପ୍ରତ୍ୟାହାର ପାଇଁ ଓଡିଶା ବିଧାନସଭାରୁ ପାରିତ କରି କେନ୍ଦ୍ରକୁ ପଠାଇବା, ଆଦିବାସୀ ବିରୋଧୀ ୟୁନିଫର୍ମ ସିଭିଲ କୋଡକୁ ପ୍ରତ୍ୟାହାର କରାଯାଉ ଆଦି ୧୦ ଟି ଦାବିରେ ଏକ ବିକ୍ଷୋଭ ସମାବେଶ ଅନଷ୍ଠିତ ହୋଇଥିଲା।

Advertisment

ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ବିକ୍ଷୋଭ ସମାବେଶରେ ସଦର ବିଧାୟକ ମୋହନ ଚରଣ ମାଝୀ, ତହସିଲଦାର ହାଁସଦା, ସମରା ଟୁଡୁ, ଯାଦବ ଟୁଡୁ, ନିମୁ ଟୁଡୁ, ତିବରାୟ ମୁର୍ମୁ, ସୁନାରାମ ହେମ୍ବ୍ରମ, ବିମଳା ହାଁସଦା, ସୋମବାରୀ ମୁର୍ମୁ, ବାସନ୍ତୀ ମାର୍ଡି, ପାୟୋ ମାର୍ଡି, ଶିଖର ମାଝୀ, ଘାଷିରାମ ହାଁସଦା, ବିଜୟ ଟୁଡୁ, ବିଜୟ ହେମ୍ବ୍ରମ, ଧନେଶ୍ୱର ମୁର୍ମୁ, ଧନେଶ୍ୱର ମାର୍ଡି, ମନସା ହେମ୍ବ୍ରମ, ଶିବ ମାର୍ଡି, ମେଘନାଦ ସୋରେନ, ପାରାଉ ହାଁସଦା, ମିତ୍ର ହେମ୍ବ୍ରମ, ପ୍ରେମା ହେମ୍ବ୍ରମ, ଯଦୁମଣି ସୋରେନ, ଡିକୁ ସୋରେନ, ଲକ୍ଷ୍ମୀଧର ହେମ୍ବ୍ରମଙ୍କ ସମେତ ନେତୃମଣ୍ଡଳ ସାମିଲ ହୋଇଥିଲେ। ସାନ୍ତାଳମାନେ ସେମାନଙ୍କର ପାରମ୍ପାରିକ ବେଶପୋଷାକ ଏବଂ ପାରମ୍ପାରିକ ବାଦ୍ୟଯନ୍ତ୍ର, ପାରମ୍ପାରିକ ଅସ୍ତ୍ର ଧନୁତୀର, ଖଣ୍ଡା, ଫାର୍ସା ସହିତ ବିକ୍ଷୋଭରେ ସାମିଲ ହୋଇଥିଲେ।