ଯାଜପୁର: ସାପକାମୁଡ଼ାରେ ସରପଞ୍ଚ ମୃତ

ଯାଜପୁର: ଆଜି ସକାଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ମନ୍ଦାକିନୀ ପରିଡ଼ାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହୋଇଯିବା ପରେ ଶହଶହ ଲୋକ ମୃତ ସରପଞ୍ଚଙ୍କ ଗୋପାଳପୁର ଗ୍ରାମସ୍ଥିତ ଘରେ ପହଞ୍ଚିଛନ୍ତି। ଏହିପରି ଏକ ଦୁଃଖଦ ଘଟଣାରେ ଗ୍ରାମବାସୀମାନେ ସ୍ତବ୍ଧ ହୋଇ ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କ୍ଷେତ୍ରପାଳ ପଞ୍ଚାୟତର ଗୋପାଳପୁର ଗାଁରେ ନିଜ ଘରେ ରହୁଥିବା ଶ୍ରୀମତୀ ପରିଡ଼ା ଆଜି ଭୋରରୁ ଉଠିବା ପରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ସରପଞ୍ଚ ଶ୍ରୀମତୀ ପରିଡ଼ାଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସରପଞ୍ଚ ଶ୍ରୀମତୀ ପରିଡ଼ାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ସରପଞ୍ଚ ଶ୍ରୀମତୀ ପରିଡ଼ାଙ୍କର ମୃତ୍ୟୁ ଘଟିଛି। କଟକରେ ମୃତଦେହ ବ୍ୟବଛେଦ ହେବା ପରେ ଗାଁକୁ ଅଣାଯିବ ବୋଲିି ଜଣାପଡ଼ିଛି।

ସମ୍ବନ୍ଧିତ ଖବର