ଆଦିବାସୀଙ୍କ ସାରାସାରି ପର୍ବ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଜନଜାତିର ଲୋକେ ବସବାସ କରୁଛନ୍ତି। ସେଥିମଧ୍ୟରୁ କୋୟା ବଣ୍ଡା, ଡିଡାଇ, ଦୁରୁଆ ସଂପ୍ରଦାୟର ଲୋକେ ସବୁଠାରୁ ଅଧିକା ସଂଖ୍ୟାରେ ବାସ କରୁଛନ୍ତି। ସେମାନେ ନିଜ ପରଂପରାକୁ ବଜାୟ ରଖି ଆଦିମ କାଳରୁ ଚଳିାସୁଛନ୍ତି। ବଣ ଜଂଗଲ ଘେରା ମାଲକାନଗିରି ଜିଲ୍ଲାରେ କୋୟା ସଂପ୍ରଦାୟର ଏକ ଭିନ୍ନ ପରଂପରା ରହିଛି। ୧୨ ମାସରେ ତେର ପର୍ବ ଏମାନେ ମଧ୍ୟ ପାଳନ କରନ୍ତି। ପ୍ରତିମାସରେ ପର୍ବ ପାଳନ କରିଥାନ୍ତି। ତେବେ ସବୁ ପରବ ଇତି ମଧ୍ୟରେ ଶେଷ ହୋଇଥିବାରୁ ଏବେ ସାରାସାରୀ ପର୍ବ ଶେଷ ପରବ ପାଳନ କରିଛନ୍ତି। ଗ୍ରାମର ନାୟକ, ଚାଲାଣ ଓ ପୂଜାରୀଙ୍କ ନିର୍ଦେଶକ୍ରମେ ଏହି ପର୍ବ ପାଳନ ପାଇଁ ସ୍ଥିର କରା ଯାଇଥାଏ। ଦିନ ଧାର୍ଯ୍ୟ ହେବା ପରେ ସେହି ଗ୍ରାମ ସହ ଆଖପାଖ ଗ୍ରାମର ଲୋକେ ଗୁଡି ଦାଣ୍ଡ ଠାରେ ଏକତ୍ରିତ ହୋଇଥାନ୍ତି।

ଗୁଡିଦାଣ୍ଡ ତଥା ପୂଜାସ୍ଥଳୀ ଠାରେ ଗ୍ରାମ ଦେବତାଙ୍କୁ ସ୍ଥାପନ କରାଯାଇ ପୂଜା କରା ଯାଇଥାଏ। ଉପସ୍ଥିତ ସମସ୍ତ ଗ୍ରାମବାସୀ ଘରୁ ବାହାରିଲା ବେଳକୁ ଫୁଲ, ଦୁବ, କୁକୁଡା, ମୁଢିଲିଆ ଇତ୍ୟାଦି ଆଣିଥାନ୍ତି। ନାୟକ, ଚାଲାଣ ଓ ପୂଜାରୀ ହିଁ ପୂଜା ଦାୟୀତ୍ବରେ ରହିଥାନ୍ତି। ପ୍ରତି ପୂଜା ଭଳି ଏହି ପୂଜାରେ ମଧ୍ୟ କୁକୁଡା, ମଦ, ଅଣ୍ଡା, ଧୂପ, ଦୀପ, ଫୁଲ ଇତ୍ୟାଦି ଲାଗିଥାଏ। ଦୀର୍ଘ ସମୟ ଧରି ପୂଜା ପରେ କୁଡେଇ ଫୁଲକୁ ନାୟକ, ଚାଲାଣ ବା ପୂଜାରୀଙ୍କ ପତ୍ନୀମାନେ ନିଜ ସ୍ବାମୀଙ୍କ କାନରେ ଲଗାଇଥାନ୍ତି। ଏହାପରେ ପରସ୍ପର ମଧ୍ୟରେ କାଦୁଅ ପକାଇବା ପରଂପରା ପୂର୍ବରୁ ଚାଲିଆସୁଛି। ପ୍ରକାଶ ଥାଉକି ଏହି ପରବ ପୂର୍ବରୁ ଦଳ ଦଳ ହୋଇ ଶିକାର କରିବା ଲୋକେ ଯାଉଥିଲେ। କିନ୍ତୁ ଏହି ପରବ ପରେ ଆଉ ଆଗକୁ କେବେ ମଧ୍ୟ ଶିକାର କରିବାକୁ ଯିବେ ନାହିଁ। ଏହା ଶେଷ ପରବ ହୋଇଥିବାରୁ ସମସ୍ତ ପୂଜା ଏଠି ଶେଷ ହୋଇଥାଏ।

Sambad

ପୁଣି ଧାନ ବୁଣିବା ପରେ ପର୍ବ ଆରମ୍ଭ ହୋଇଥାଏ। ପୂଜା କାର୍ଯ୍ୟକ୍ରମ ସରିବା ପରେ ଚାଲାଣ, ପୂଜାରୀ, ଓ ନାୟକଙ୍କ ନିର୍ଦେଶକ୍ରମେ ଗ୍ରାମର ଶେଷ ମୁଣ୍ଡରେ ଏକତ୍ରିତ ହୋଇଥାନ୍ତି। ଏଠାରେ ଏକ ଉଚ୍ଚ ଜାଗାରେ ଏକ ମାଟି ହାଣ୍ଡିକୁ ବନ୍ଧା ଯାଇଥାଏ। ଏହି ମାଟି ହାଣ୍ଡିକୁ ଗ୍ରାମବାସୀ ନିଜର ପାରଂପାରିକ ଅସ୍ତ୍ରଶସ୍ତ୍ର ଧନୁତୀରରେ ବିନ୍ଧଣ କରିନ୍ତି। ମାଟି ହାଣ୍ଡି ଫାଟିବା ପରେ ଭବିଷ୍ୟତରେ ଆଉ ଶିକାର କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଇଥାଏ। ତେବେ ଅଣାଯାଇଥିବା ମୁଢି, ଲିଆ, ମଦ ଏବଂ ଅନ୍ୟ ଖାଦ୍ୟ ପଦାର୍ଥକୁ ସମସ୍ତେ ମିଳିମିଶି ସେବନ କରନ୍ତି। ଯେଉଁମାନେ ମଦ ପିଅନ୍ତି ନାହିଁ ସେମାନଙ୍କୁ ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଥାଏ। ଏଭଳି ଭାବରେ ସାରାସାରି ପରବକୁ ପାଳନ କରା ଯାଇଥାଏ।

ସମ୍ବନ୍ଧିତ ଖବର