୫ ପ୍ରକାର ମସଲାରେ ବାଗଦେବୀଙ୍କ ପ୍ରତିମୂର୍ତ୍ତି

ଧଉଳି: ଶାନ୍ତିସ୍ତୂପ ପରିସର ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟୟନରତ ଶିଳ୍ପୀ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବାଗଦେବୀଙ୍କ ପୂଜାର୍ଚ୍ଚନା ସ୍ବତନ୍ତ୍ର ଭାବେ ପାଳିତ ହୋଇଯାଇଛି। ପାନମଧୁରୀ, ଜିରା, ମେଥି, କଳାଜିରା, ସୋରିଷ ଆଦି ମସଲା ଏବଂ ଧାନ ଆଦି ଶସ୍ୟକୁ ଯୋଡ଼ି ନିର୍ମିତ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇଥିଲା। ମୂର୍ତ୍ତି ନିର୍ମାଣ କରିବାକୁ ଦିପ୍ତିମୟୀ ଚମ୍ପତ୍ତି, ଲିପ୍ସା ପ୍ରଧାନ, ରଞ୍ଜିତ ପାଣି ଏବଂ ଗୋପାଳ ନାୟକଙ୍କୁ ୬ ଦିନ ସମୟ ଲାଗିଥିଲା। ବିଭିନ୍ନ ରାସାୟନିକ ସାମଗ୍ରୀ ଏବଂ ରଙ୍ଗ ବ୍ୟବହାର ନକରି ପରିବେଶକୁ ପ୍ରଦୁଷଣମୁକ୍ତ କରିବା ଲାଗି ଉପରୋକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଏଭଳି ପ୍ରୟାସ ଜାରି ରହିଛି।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ରାମକୃଷ୍ଣ ସାହୁ, ମାନସ ରଞ୍ଜନ ନାୟକ, ଲକ୍ଷ୍ମୀଧର ସ୍ବାଇଁ, ବିଶ୍ବଜିତ ବେହେରା, ବିଚିତ୍ର କାଣ୍ଡି ଏବଂ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦେବୀଙ୍କୁ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର