କଟକ: ସାରଥୀ ବାବାଙ୍କ ବିରୋଧରେ ୩ୟ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ: ଓଡ଼ିଶା ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ସାରଥୀ ବାବା ଓରଫ ସନ୍ତୋଷ ରାଉଳ ବିରୋଧରେ ହୋଇଥିବା ୩ୟ ମାମଲାର ଶୁଣାଣି ବୁଧବାର ଶେଷ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି।

ଶୁଣାଣି ଶେଷ ହୋଇଥିଲେ ବି ଆଜି ରାୟକୁ ସଂରକ୍ଷିତ ରଖାଯାଇଛ ବୋଲି ସାରଥୀ ବାବାଙ୍କ ଓକିଲ ମାସନ ଚାନ୍ଦ ସୂଚନା ଦେଇଛନ୍ତି। ଆଇନଜୀବୀ ଚାନ୍ଦ କହିଛନ୍ତି, ୩ୟ ମାମଲାରେ ସାରଥୀ ବାବାଙ୍କୁ ଜାମିନ ମିଳିଲେ, ସେ ଜେଲରୁ ବାହାରି ପାରିବେ। ଆଶ୍ରମ ଅନ୍ତେବାସିନୀ ମା’-ଝିଅଙ୍କ ପକ୍ଷରୁ ୩ୟ ମାମଲା ଦାୟର ହୋଇଥିଲା। ପୂର୍ବରୁ ୨ଟି ମାମଲାରେ ସାରଥୀଙ୍କୁ ଜାମିନ ମିଳିଥିଲା।

ପୂର୍ବରୁ ଆତ୍ମଘୋଷିତ ଧର୍ମଗୁରୁ ସାରଥୀ ବାବାଙ୍କ ଜାମିନ ଆବେଦନକୁ ସୁୁପ୍ରିମ କୋର୍ଟ ଖାରଜ କରି ଦେଇଥିଲେ। ମହିଳାଙ୍କୁ ଯୌନ ନିର୍ଯାତନା ସହିତ ଲୋକଙ୍କୁ ଠକିବା ନେଇ ସାରଥୀ ବାବାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ମାଆ ଝିଅ ସାରଥୀଙ୍କ ବାରିମୂଳ ଆଶ୍ରମରେ ସେମାନଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ କରିଥିଲେ। ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିିସ ରଞ୍ଜନ ଗୋଗେଇଙ୍କୁ ନେଇ ଗଠିତ ଦୁଇଜଣିଆ ବେଞ୍ଚ ସାରଥୀଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।

ସମ୍ବନ୍ଧିତ ଖବର