ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର କୂର୍ମୀ କ୍ଷେତ୍ରୀୟ ମହାନ୍ତ ସମାଜ ପକ୍ଷରୁ ଆଜି ଲୌହ ମାନବ ସର୍ଦ୍ଦାର ବଲଭ ଭାଇ ପଟେଲଙ୍କ ୧୪୫ ତମ ଜୟନ୍ତୀ ପାଳନ ହୋଇଯାଇଛି। ପାଲଲହଡାର ବଧମୁଣ୍ଡାସ୍ଥିତ କ୍ଲବ ଘର ନିକଟରେ ଆଜି ପୂର୍ବାହ୍ନରେ ପାଳଲହଡା ମହାନ୍ତ ସମାଜର ସହ ସହ ସଦସ୍ୟ ପାଳନରେ ସାମିଲ ହୋଇଥିଲେ, ମହାନ୍ତ ସମାଜ ର ସମ୍ପାଦକ ପ୍ରତାପ କୁମାର ମହାନ୍ତ, ସହ ସମ୍ପାଦକ ବୁଦ୍ଧଦେବ ମହାନ୍ତ, ରବି ମହାନ୍ତ, ମଙ୍ଗଲ ମହାନ୍ତ, ରେବତୀ ମହାନ୍ତ, ପ୍ରମୁଖ ଉପସ୍ଥିତ ଥିଲେ, ପ୍ରଥମେ ସର୍ଦ୍ଧାର ବଲ୍ଲଭ ବାଇ ପଟେଲ ଙ୍କ ଫୋଟ ରେ ମାଲ୍ୟା ଅର୍ପଣ କରାଯାଇଥିଲା, ପରେ ସ୍ମୃତି ଉଚ୍ଚାରଣ କରାଯାଇଥିଲା, ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାଳଲହଡା ମହାନ୍ତ ସମାଜ ପକ୍ଷରୁ ଆଜକୁ ୫୦ ବର୍ଷ ଧରି ଜୟନ୍ତୀ ପାଳନ କରାଯାଉଛି।
କୂର୍ମୀ କ୍ଷେତ୍ରୀୟ ମହାନ୍ତ ସମାଜ ତରଫରୁ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପାଳିତ
/sambad/media/post_attachments/wp-content/uploads/2020/10/6b279c8b-cb74-47a7-88e3-f6edeb1db760.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)