ସମ୍ବଲପୁର: ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବୃଦ୍ଧି ପାଉଥିବା ଶିଳ୍ପ ଚାହିଦା ପୂରଣ ଦିଗରେ ପୂର୍ବତଟ ରେଳପଥ ସମ୍ବଲପୁର ନିକଟସ୍ଥ ସରଲା ଷ୍ଟେସନରେ ଏକ ପଣ୍ୟବାହୀ ଟ୍ରେନ୍ ପରୀକ୍ଷଣ ଏବଂ ରୁଟିନ୍ ମରାମତି (ROH) ସୁବିଧାକୁ ସଫଳତାର ସହ କାର୍ଯ୍ୟକ୍ଷମ କରାଇ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି | ରାଇଟ୍ସ (RITES) ଲିମିଟେଡ୍ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏବଂ ସମ୍ବଲପୁର ରେଳ ମଣ୍ଡଳ ଗତି ଶକ୍ତି ୟୁନିଟ୍ (ଜିଏସୟୁ) ସହଯୋଗରେ ପ୍ରାୟ ୨୦୦ କୋଟି ବିନିଯୋଗ ଦ୍ୱାରା ଏହି ପ୍ରକଳ୍ପକୁ ଜୁନ୍ ୨୦୨୪ରେ ସମ୍ପୂର୍ଣ୍ଣ କରାଯାଇଅଛି |ଭାରତୀୟ ରେଳବାଇରେ ଦ୍ରୁତ ଅଗ୍ରଗତି କରୁଥିବା ସମ୍ବଲପୁର ରେଳମଣ୍ଡଳ ଏହାର ପରିସୀମା ମଧ୍ୟରୁ ଇସ୍ପାତ, ଆଲୁମିନିୟମ୍ ଏବଂ କୋଇଲା କ୍ଷେତ୍ର ସମେତ ଏହି ଅଞ୍ଚଳର ପ୍ରମୁଖ ଶିଳ୍ପଗୁଡିକରେ ସେବା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଅଛି | ଏହି ଅଞ୍ଚଳର ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବା ପାଇଁ ସରଲା ଷ୍ଟେସନରେ ପଣ୍ୟବାହୀ ଟ୍ରେନ ପରୀକ୍ଷଣ ଓ ରୁଟିନ ମରାମତି ଡିପୋର ବିକାଶ ଜରୁରୀ ଥିଲା ଯାହାକି କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହିତ ପରିଚାଳନାଗତ ଦକ୍ଷତା ବୃଦ୍ଧି କରାଯାଇ ହେବ |

Advertisment

ଏହି ବିକାଶ ପୂର୍ବରୁ, ପଣ୍ୟବାହୀ ଟ୍ରେନ ପରୀକ୍ଷଣ ଓ ମରାମତି ପାଇଁ ଦୂର ସ୍ଥାନକୁ ଯାଞ୍ଚ ପାଇଁ ପଠାଯିବାକୁ ବାଧ୍ୟ କରୁଥିଲା ଯାହା ପରିଚାଳନାହଟ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରୁଥିଲା | ସରଲା ୟାର୍ଡକୁ ୬୪ଟି ନୂତନ ଟର୍ନଆଉଟ୍ ଏବଂ ୧୦.୪ ଟ୍ରାକ କିଲୋମିଟରର ନୂତନ ଟ୍ରାକ୍ ନିର୍ମାଣ କରାଯାଇଅଛି ଏବଂ ନୂତନ ଆଧୁନିକ ପ୍ରଣାଳୀ ଉପଯୋଗ କରାଯାଇ ରୂପାନ୍ତରିତ ସହିତ ୧୯୫ ରୁଟ୍ ର କାର୍ଯ୍ୟକ୍ଷମ କରାଯାଇଅଛି | ଏହି କାର୍ଯ୍ୟରେ ଅପ ଓ ଡ଼ାଉନ ମେନ୍ ଲାଇନ୍ ରେ ନନ-ଇଣ୍ଟରଲକିଙ୍ଗ ଓ ଇଣ୍ଟରଲକିଙ୍ଗ କାର୍ଯ୍ୟ ବ୍ଲକଗୁଡିକର ଯତ୍ନର ସହ ଯୋଜନା କରାଯାଇଥିଲା ଏବଂ ପଣ୍ୟ ପରିବହନ କାର୍ଯ୍ୟରେ ସର୍ବନିମ୍ନ ବ୍ୟାଘାତ ସହିତ ନୂତନ ଭିତ୍ତିଭୂମି ବିକାଶ କରାଯାଇଥିଲା | ୧୪ ଜୁନ୍ ୨୦୨୪ରେ ନୂତନ ସରଲା ୟାର୍ଡ଼କୁ ସଫଳତାର ସହିତ କାର୍ଯ୍ୟକ୍ଷମ କରାଗଲା ଏବଂ ୨୫ ଜୁନ୍ ୨୦୨୪ରେ ପଣ୍ୟବାହୀ ଟ୍ରେନ୍ ପରୀକ୍ଷା ଆରମ୍ଭ ହୋଇଥିଲା | ୧୩ ଅଗଷ୍ଟ ୨୦୨୪ରେ ପ୍ରଥମ ରହ (ରୁଟିନ ମରାମତି) କାର୍ଯ୍ୟ ହାସଲ କରାଯାଇଥିଲା |