ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ଘଟଣା: ଜେଲ ଗଲେ ସାଲେପାଲି ସରପଞ୍ଚ  

ପୁଲିସ ଏସଡିପିଓଙ୍କ ଡିଆଇବିକୁ ବଦଳି, ଥାନାରେ ଆକ୍ରମଣ ଘଟଣା, ୨ ଅଟକ

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନାରେ ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣାରେ ଜେଲ ଯାଇଛନ୍ତି । ଗତକାଲି ଥାନାରେ ପିଡିତାଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ସେହିଭଳି ଏହି ଘଟଣାର ତଦନ୍ତ ଅଧିକାରୀ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ଵର ଭୋଇଙ୍କୁ କଳାହାଣ୍ଡି ପୁଲିସ ଡିଆଇବିକୁ ବଦଳି ହେବା ଘଟଣା ଏଠାରେ ଛାଞ୍ଚଲ୍ୟ ପ୍ରକାଶ ପାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଳକର ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନାରେ ଘର ବଦଳରେ ଶାରୀରିକ ସମ୍ପର୍କ ରଖିବା ପାଇଁ ସର୍ତ୍ତ ରଖିଥିଲେ । ଏହି ଘଟଣାରେ କେସିଙ୍ଗା ପୁଲିସ ଏସଡିପିଓ ଗୁପ୍ତେଶ୍ଵର ଭୋଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ଯୁବତୀଙ୍କ ମଦନପୁର ଥାନାରେ ୧୬୧ ବୟାନ ରେକର୍ଡ଼ କରାଯାଇଥିଲା । ପୀଡିତାଙ୍କୁ ମଦନପୁର ରାମପୁର ଥାନାର ଏକ ସିକ୍ରେଟ ରୁମରେ ରଖା ଯାଇଥିବା ବେଳେ ସରପଞ୍ଚଙ୍କ ସମର୍ଥକ ମାନେ ପୀଡିତାଙ୍କୁ ଅପରାହ୍ନ ପ୍ରାୟ ସାଢ଼େ ୩ ଟା ବେଳେ ପ୍ରାୟ ୩୦ ଜଣ ମହିଳା ଓ ପୁରୁଷ  ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କୁ ଛଡାଇବାକୁ ଯାଇଥିବା ମହିଳା ଆଇନଜୀବୀ ବିନିତା ଦାସଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ସେତେବେଳେ ଥାନାରେ ମାତ୍ର ୮ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଥିଲେ । ଉତ୍ତେଜନା କୁ ଅଣାୟତ କରିବା ପାଇଁ ପୁଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା ।  ସନ୍ଧ୍ୟା ୫ଟା ରେ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାବେଳେ ପୁନର୍ବାର ନିସ୍ତୁକ ମାଡ଼ ମାରିଥିଲେ । ଥାନାରେ ଖୋଦ ପୁଲିସ ଏସଡିପିଓ  ଗୁପ୍ତେଶ୍ଵର ଭୋଇ ଓ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ ଏବଂ ପୁଲିସ ଫୋର୍ସ ଉପସ୍ଥିତିରେ ଦୁଇଥର ଆକ୍ରମଣରେ ପୀଡ଼ିତା ଓ ପରିବାର ଲୋକେ ଭୟଭୀତ ହୋଇଥିଲ । ଶାସକ ଦଳର ସରପଞ୍ଚ ହୋଇଥିବା ଯୋଗୁଁ ପୁଲିସ କଟକଣାକୁ ନ ମାନି ବେଖାତିର କରି ଥାନାରେ ଅନାୟସରେ ବୁଲି ଯୁକ୍ତିତର୍କ କରୁଥିଲେ ମଧ୍ୟ ପୁଲିସ ନିର୍ବଦ୍ରଷ୍ଟା ସାଜିଥିଲା । ଉତ୍ତେଜନାକୁ ଦୃଷ୍ଟି ରେ ରଖି ପୀଡିତାଙ୍କୁ ଗତକାଲି ପ୍ରାୟ ସନ୍ଧ୍ୟା ୬ଟା ରେ ଭବାନୀପାଟଣା ସ୍ୱାଧର ଆଶ୍ରମକୁ କଡା ସୁରକ୍ଷା ମଧ୍ୟରେ ସ୍ଥାନାନ୍ତର କରାଯାଇଥି । ସେହିଭଳି ଅଭିଯୁକ୍ତ ସରପଞ୍ଚଙ୍କୁ କେସିଙ୍ଗା ପୁଲିସ ଏସଡିପିଓ ଅଫିସକୁ ନିଆଯାଇଥିଲା ।
ଆଜି ଅଭିଯୁକ୍ତ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରି ଜିଲ୍ଲା ଦୌରାଜଜ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହୋଇଥିଲା । ପରେ ତାଙ୍କୁ ପୁଲିସ ପକ୍ଷରୁ ସଦରମୁଖ୍ୟ ଡାକ୍ତରଖାନାକୁ ନିଆଯାଇ କୋଭିଡ ପରୀକ୍ଷା କରାଯାଇଥିଲା । ସେଠାରେ କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ସରପଞ୍ଚକୁ ଭବାନୀପାଟଣା ଜେଲକୁ ପଠା ଯାଇଥିଲା । ପୀଡିତା ଆଜି ଏସ୍ଡ଼ିଜିଏମ କୋର୍ଟରେ ୧୬୪ ବୟାନ ପାଇଁ ହାଜର ହୋଇଥିଲେ । କିନ୍ତୁ ତଦନ୍ତ ଅଧିକାରୀ ପୁଲିସ ଏସଡିପିଓ ଗୁପ୍ତେଶ୍ଵର ଭୋଇ ପହଞ୍ଚି ନ ଥିଲେ । ଫଳରେ ଆସନ୍ତା କାଲି ବୟାନ ରେକର୍ଡ଼ କରାଯିବ । ପୀଡିତାଙ୍କୁ ମଧ୍ୟ ଭବାନୀପାଟଣା ସଦରମୁଖ୍ୟ ଡାକ୍ତରଖାନାରେ କୋଭିଡ ପରୀକ୍ଷା କରାଯାଇଥିଲା । ସେଠାରେ ତାଙ୍କର ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ସ୍ୱାଧର ଆଶ୍ରମକୁ ନିଆଯାଇଥିଲା ।ଏହି ଘଟଣାର ତଦନ୍ତ ଅଧିକାରୀ ପୁଲିସ ଏସଡିପିଓ ଗୁପ୍ତେଶ୍ଵର ଭୋଇଙ୍କୁ ଆଜି ଭବାନୀପାଟଣା ପୁଲିସ ମୁଖ୍ୟାଳୟର ଡିଆଇବିକୁ ବଦଳି ହୋଇଛି । ଆଜି ତାଙ୍କୁ କେସିଙ୍ଗା ରେ ରିଲିଫ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ନୂତନ କେସିଙ୍ଗା ପୁଲିସ ଏସଡିପିଓ ଭାବରେ ଯୁବ ମହିିିଳା ଆଇପିଏସ ଅଫିସର ଏସ. ସୂଶ୍ରୀ ଯୋଗ ଦେଇଛନ୍ତି । ଗତକାଲି ଥାନାରେ ପୀଡିତାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ପକ୍ଷରୁ ୨ଜଣକୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ ସୂଚନା ଦେଇଛି ।
ସମ୍ବନ୍ଧିତ ଖବର