ପଞ୍ଚାୟତ ଅର୍ଥ ହେରଫେର ଅଭିଯୋଗରେ ସରପଞ୍ଚ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ସରପଞ୍ଚଙ୍କୁ ୨୨ଲକ୍ଷ ଟଙ୍କା ହଡପ ମାମଲାରେ ଘଟଗାଁ ପୁଲିସ ଆଜି ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ଆର୍ଥିକ ବର୍ଷରେ ଉନ୍ନୟନ କାର୍ଯ୍ୟ ପାଇଁ ପିପିଳିଆ ପଞ୍ଚାୟତକୁ ୨୨ଲକ୍ଷ ଟଙ୍କା ଆସିଥିଲା। ତେବେ କୌଣସି ଉନ୍ନୟନ କାର୍ଯ୍ୟ ନ କରି ସରପଞ୍ଚ ଉପେନ୍ଦ୍ର ନାୟକ ଓ ପିଇଓ ଏହି ଟଙ୍କା ହଡ଼ପ କରି ନେଇଥିଲେ।

ପିପିଳିଆ ପଞ୍ଚାୟତର ପାଖାପାଖି ଏହି ୨୨ଲକ୍ଷ ଟଙ୍କାର ଅର୍ଥ ହେରଫେର ହୋଇଥିବା ସମ୍ପର୍କରେ ଘଟଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଘଟଗାଁ ଥାନାରେ ଅଭିଯୋଗ ହୋଇଥିଲା। ଏଥିରେ ପିପିଳିଆ ସରପଞ୍ଚ ଉପେନ୍ଦ୍ର ନାୟକ ଓ ପଞ୍ଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସୌଭାଗ୍ୟ ରାଉତଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଏହାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏପିଡି ମଧ୍ୟ ପିପିଳିଆ ପଞ୍ଚାୟତ ଅର୍ଥ ହଡ଼ପ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଘଟଗାଁ ବ୍ଲକ ପ୍ରଶାସନର ଲିଖିତ ଅଭିଯୋଗ ପାଇବା ପରେ ଘଟଗାଁ ପୁଲିସ ଆଜି ପିପିଳିଆ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ନାୟକଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର