ସହାୟତା ଅର୍ଥ ବଣ୍ଟା ବେଳେ ପିଇଓଙ୍କୁ ମାଡ, ସରପଞ୍ଚ ଗିରଫ

ବିଂଝାରପୁର: ବିଂଝାରପୁର ଥାନା ଉଡରଙ୍ଗ ପଞ୍ଚାୟତରେ କରୋନା ଜନିତ ସରକାରୀ ସହାୟତା ଅର୍ଥ ବଣ୍ଟାବେଳେ ପିଇଓ ପ୍ରଶାନ୍ତ କୁମାର କର ଏବଂ ସରପଞ୍ଚ ନିଗମାନନ୍ଦ ଭଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ମାଡ ମରାମରି ହୋଇଥିବା ବିଂଝାରପୁର ଥାନାରେ ୨ଟି ପୃଥକ ପୃଥକ ଅଭିଯୋଗ ହୋଇଛି । ବିଂଝାରପୁର ପୁଲିସ ଘଟଣାର ତଦନ୍ତ କରି ପିଇଓଙ୍କ ଅଭିଯୋଗ ଆଧାରରେ ୧୦୬/୨୦ରେ ମାମଲା ରୁଜୁକରି ସରପଞ୍ଚ ନିଗମାନନ୍ଦ ଭଦ୍ରଙ୍କୁ ଗିରଫ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର