ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡା ପାଲି ପଞ୍ଚାୟତରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ହୋଇଛି । ମୃତ ପ୍ରାର୍ଥୀଙ୍କ ନାଁ ହେଉଛି ସରୋଜ ସେଠ । ସରୋଜ ସେଠଙ୍କ ମୃତ୍ୟୁ ପରେ ସେଠାରେ ହେବାକୁ ଥିବା ଭୋଟ ଗ୍ରହଣ ବନ୍ଦ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ସରୋଜ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇଥିଲେ । ଆଜିକୁ ଚାରିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା କରିବା ପାଇଁ ପରିବାର ପକ୍ଷରୁ କଟକ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହି ପଂଚାୟତରେ ଆସନ୍ତା କାଲି ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ ରଖାଯାଇଥିବା ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲ ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Election-Paused-After-Sarpanch-Candidate-Dies_Thumbnail.jpg)