ରା.ଉଦୟଗିରି: ଆଜି ଗଜପତି ଜିଲ୍ଲା ରା.ଉଦୟଗିରିର ମାନ୍ୟବର ସିଭିଲ ଜଜ(ଜୁନିଅର ଡିଭିଜନ) ମିଥ୍ୟା ସତ୍ୟପାଠ ମାମଲାରେ ଜଣେ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ୨୦୨୨ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୪ଟି ସନ୍ତାନର ଜନକ ଡାଳିମ୍ବ ଗମାଙ୍ଗ ନିର୍ବାଚନ ଲଢିବା ସମୟରେ ମିଥ୍ୟା ସତ୍ୟପାଠ କରିଥିଲେ ଯେ, ତାଙ୍କର କେବଳ ୨ଟି ସନ୍ତାନ ଅଛନ୍ତି ।

Advertisment

ଆଜି ଏହା ମିଥ୍ୟା ପ୍ରମାଣିତ ହେବା ପରେ ମାନ୍ୟବର ସିଭିଲ ଜଜ ଜୁନିଅର ଡିଭିଜନ(ନିର୍ବାଚନ) ତରୁଣ କୁମାର ସେଠୀ ଡାଳିମ୍ବ ଗମାଙ୍ଗଙ୍କ ସରପଞ୍ଚ ପଦ ରଦ୍ଦ କରିବା ସହ ଆବେଦନକାରୀ ତଥା ଦ୍ଵିତୀୟ ସ୍ଥାନରେ ଥିବା ଗଡର ଗ୍ରାମର ରମେଶ ଚନ୍ଦ୍ର ମାଝୀଙ୍କୁ ସରପଞ୍ଚ ଭାବେ ଘୋଷଣା କରିବା ପାଇଁ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଶ୍ରୀନିବାସ ପରିଜା ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ, ୨୦୨୨ରେ ଅଧିକ ସନ୍ତାନ ଥାଇ ସରପଞ୍ଚ ନିର୍ବାଚିତ ହୋଇଥିବା ନେଇ କିଛି ମାମଲା ଦୁଇବର୍ଷ ହେଲାଣି ରା.ଉଦୟଗିରି କୋର୍ଟରେ ପଡିଥିବାବେଳେ ଛେଲାଗଡ ପଞ୍ଚାୟତର ପ୍ରଥମ ମାମଲା ଆଜି ମାନ୍ୟବର ବିଚାରପତି ନିଜ ରାୟ ଶୁଣାଇଛନ୍ତି।