ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ପିଇଓ ଓ ଜିଆରଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ବୀରନରର୍ସିଂପୁର ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ବାରମ୍ବାର କହିବା ସତ୍ତ୍ୱେ ସଠିକ ଭାବେ କରୋନା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟ ପରିଚାଳନାରେ ସହଯୋଗ ନକରିବାରୁ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଉଭୟଙ୍କୁ ଦାଇତ୍ୱ ମୁକ୍ତ କରିଛନ୍ତି।ଏକଥା ଜଣାପଡିବା ପରେ ସମଗ୍ର ବ୍ଲକରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ଅଭିଯୋଗ ମତେ ହରଭଙ୍ଗା ବ୍ଲକର ବୀରନରର୍ସିଂପୁର ପଞ୍ଚାୟତରେ କରୋନାକୁ ଦ୍ରୁଷ୍ଟିରେରଖି ସାଧୁ ଚରଣ ଉଚ୍ଚ ବିଦ୍ୟାଳୟ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା। ବର୍ତ୍ତମାନ ବାହାର ରାଜ୍ୟରୁ ବହୁ ଦାଦନ ଫେରୁଛନ୍ତି।ତେଣୁ ପୂର୍ବ ପ୍ରସ୍ତୁତି ପାଇଁ ସରପଞ୍ଚ ଦାଇତ୍ୱରତ ପିଇଓ ନମିତା ସାହୁ ଏବଂ ଜିଆରଏସ ଶ୍ରୀନିବାସ ଶତପଥୀଙ୍କୁ ସେଠାକୁ ଆସି କାର୍ଯ୍ୟରେ ନିୟୋଜିତ ହେବାକୁ ବାରମ୍ବାର ଜଣାଇବା ପରେବି ଜାଣିଶୁଣି କାର୍ଯ୍ୟରେ ଯୋଗ ଦେଇନଥିଲେ। ତେଣୁ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ନିଜ ଜିଲ୍ଲାପାଳ କ୍ଷମତା ବଳରେ ତାଙ୍କୁ ମାନଙ୍କୁ ଚିଠିନଂ ୧୫୮ ତା୧୨/୫/୨୦୨୦ ଅନୁଯାଇ କାର୍ଯ୍ୟରୁ ଭାରମୁକ୍ତ କରିବା ପାଇଁ ଚିଠି କରିଛନ୍ତି। ସେ ଏହାର ଏକାକିତା ନକଲ ବୌଦ୍ଧ ଡିଆର ଡିଏ ପିଡି ଙ୍କୁ ମଧ୍ୟ ଦେଇଛନ୍ତି। ଏଥିସହ ସେ ଚିଠିନଂ୧୫୪ ତା୧୨/୫/୨୦୨୦ ରେ ଏସମ୍ପର୍କରେ ହରଭଙ୍ଗା ବିଡିଓ ଙ୍କୁ ପତ୍ରଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଣାଇଛନ୍ତି।

ଏ ନେଇ ପିଇଓ ନମିତା ସାହୁଙ୍କୁ ପଚାରାଯିବାରୁ ମୁଁ ଜଣେ ମହିଳା କର୍ମଚାରୀ ତଥାପି ମୋତେ ପଞ୍ଚାୟତର ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ଓ ଟଙ୍କା ବଣ୍ଟନ ଠାରୁ ନେଇ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଟଙ୍କା ବଣ୍ଟନ ସବୁକାର୍ଯ୍ୟ ତୁଲାଇବାକୁ ପଡୁଛି।ଏତେ ଦାଇତ୍ୱ ତୁଲାଇ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟ ତୁଲାଇବା ସମ୍ଭବ ହେଉନି।ତେଣୁ ମୁଁ ଏ ବାବଦରେ ବିଡ଼ିଓଙ୍କୁ ଗତକାଲି ଲିଖିତ ଭାବେ ଦେଇଥିଲି ବୋଲି କହିଥିଲେ।

ସମ୍ବନ୍ଧିତ ଖବର