ସାରୁଅ ଓଟିଭି ଜମି ଜାଲିଆତି ମାମଲା: ପାଚେରି ଭଙ୍ଗା ବିରୋଧରେ ମହିଳା ସମିତିର ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧା ବାଘମାରୀ ଥାନା ଅନ୍ତର୍ଗତ ସାରୁଅଠାରେ ଓଟିଭିର ଜମି ଜାଲିଆତି ମାମଲାରେ ନୂଆ ମୋଡ ଆସିଛି । ଗତକାଲି ପ୍ରଶାସନ ପକ୍ଷରୁ ପାଚେରି ଭଙ୍ଗା ବିରୋଧରେ ସାରୁଅ ମହିଳା ସମିତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛି ।

ଆଜି ଅପରାହ୍ଣରେ ସାରୁଅ ମହିଳା ସମିତିର ଅଧ୍ୟକ୍ଷା ଓ ଅନ୍ୟ ସଦସ୍ୟମାନେ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ଭେଟି ପ୍ରଶାସନର ପାଚେରି ଭଙ୍ଗା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ସେମାନେ କହିଛନ୍ତି ଯେ ଏହି ପାଚେରିଟି ମହିଳା ସମିତି କାର୍ଯ୍ୟାଳୟର । ବିନା ନୋଟିସରେ ପ୍ରଶାସନ ପାଚେରି ଭାଙ୍ଗିଛି । କାର୍ଯ୍ୟାଳୟରେ ଅସାମାଜିକଙ୍କ ଆଡ୍ଡା ଜମୁଥିବାରୁ ମହିଳା ସଦସ୍ୟଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ କରାଯାଇଥିଲା । ବର୍ତମାନ ପାଚେରି ଭାଙ୍ଗିବା ଯୋଗୁଁ ପୁଣି ଅସାମାଜିକ ଓ ନିଶାଡ଼ିଙ୍କ ଅଡ୍ଡା ଜମିବ । ରାଜ୍ୟ ସରକାର ଜମି ଦୁର୍ନୀତିର କ୍ରାଇମବ୍ରାଞ୍ଚ  ତଦନ୍ତ ନିର୍ଦେଶ ଦେଇଥିବା ବେଳେ ଏଭଳି କାହାରି ନିର୍ଦେଶରେରେ ପାଚେରି ଭଙ୍ଗାଗଲା ବୋଲି ସମିତି ପକ୍ଷରୁ ପ୍ରଶ୍ନ କରିବା ସହ ଦୋଷୀଙ୍କ ବିରୋଧରେ ଆଇନାନୁସାରେ ଦଣ୍ଡବିଧାନ କରିବାକୁ ଦାବି କରାଯାଇଛି ।

ସମ୍ବନ୍ଧିତ ଖବର