ଛଅକୁ ଛଅ ବିଜେଡି କବ୍‌ଜାରେ, କେନ୍ଦ୍ରାପଡ଼ାରେ ଶଶୀ ଦେଖାଇଲେ ଚକ୍‌ମା

ଜିଲ୍ଲା ପରିଷଦ କ୍ଲିନ୍‌ ସୁଇପ୍‌; ଭୋଟ ବଢ଼ିଗଲା ୩୦ପ୍ରତିଶତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀରେ ଏଥର ଶଙ୍କନାଦ ଶୁଣିବାକୁ ମିଳିଛି। ବିଧାୟକ ଶଶୀଭୂଷଣ ବେହେରାଙ୍କ ରଣନୀତି ଆଉ ଗୋଟିଚାଳନା ଆଗରେ ବିରୋଧୀ ବିଜେପି ଚିତପଟାଙ୍ଗ ମାରିଛି। ଯେଉଁ ବିଜେପି ଗତ ୨୦୧୭ପ˚ଚାୟତ ନିର୍ବାଚନରେ କେନ୍ଦ୍ରାପଡ଼ା ବିଧାନସଭାର ଛଅରୁ ଚାରିଟି ଜୋନ୍‌କୁ ନିଜ ଅକ୍ତିଆରକୁ ନେଇଥିଲା, ଏଥର ଗୋଟିଏ ବି ଜୋନ୍‌ରେ ପଦ୍ମ ଫୁଟାଇବାରେ ସଫଳ ହୋଇନାହିଁ। ବିରୋଧୀ ବିଜେପି, କ˚ଗ୍ରେସ ସହିତ ନିଜ ଦଳର ଦୁଇ ଅସନ୍ତୁଷ୍ଟ ପ୍ରଭାବଶାଳୀ ଗୋଷ୍ଠୀକୁ ମାତ୍‌ ଦେଇ ବିଧାୟକ ଶ୍ରୀ ବେହେରା ଛଅଟି ଯାକ ଜୋନ୍‌ରେ ବିଜେଡିକୁ କେବଳ ବିଜୟୀ କରାଇ ନାହାନ୍ତି; ବର˚ ଦଳର ଖାତାରେ ଗତଥର ତୁଳନାରେ ୩୦ପ୍ରତିଶତ ଅଧିକ ଭୋଟ୍‌ ଯୋଡ଼ି କେନ୍ଦ୍ରାପଡ଼ା ରାଜନୀତିରେ ନିଜ ପ୍ରଭାବ ଆଉ ପତିଆରାକୁ ଜାହିର‌୍‌ କରିଛନ୍ତି।
କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ର ଅଧିନରେ ଛଅଟି ଜୋନ୍‌ ୫, ୬, ୭, ୮, ୧୫ ଏବ˚ ୧୬ନମ୍ବର ଜୋନ୍‌ ରହିଛି। ଗତ ପ˚ଚାୟତ ନିର୍ବାଚନରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଥିଲା, ଯେତେବେଳେକି’ କେନ୍ଦ୍ରାପଡ଼ାର ବିଧାୟକ କିଶୋର ଚନ୍ଦ୍ର ତରାଇ ଥିଲେ। ପୂର୍ବତନ ବିଧାୟକ ଶ୍ରୀ ତରାଇ ସବୁ କଳବଳ ଲଗାଇବା ସତ୍ତ୍ବେ ବିଜେପି ଚାରିଟି ଜୋନ୍‌ରେ ବାଜିମାତ୍‌ କରିଥିଲା। ୫, ୬, ୧୫ ଏବ˚ ୧୬ନମ୍ବର ଜୋନ୍‌ରେ ପଦ୍ମ ଫୁଟିଥିଲା। ୫ନମ୍ବରରୁ ରେସ୍‌ମୀ ଚକ୍ରବର୍ତ୍ତୀ, ୬ନମ୍ବରରୁ ଦେବାଶିଷ ଦାସ, ୧୫ନମ୍ବରରୁ ନାରଦ ଚରଣ ବିଶ୍ବାଳ ଏବ˚ ୧୬ନମ୍ବରରୁ ସ୍ବପ୍ନାରାଣୀ ଖଣ୍ତେଇ ବିଜେପିରୁ ଜିତି ଜିଲ୍ଲା ପରିଷଦ ହୋଇଥିଲେ। ବିଜେଡିର ଗଡ଼ କୁହାଯାଉଥିବା କେନ୍ଦ୍ରାପଡ଼ାର ଜିଲ୍ଳା ମୁଖ୍ୟାଳୟ ନିର୍ବାଚନ ମଣ୍ତଳୀରୁ ବିଜେପି ଚାରିଟି ଜୋନ୍‌ କବ୍‌ଜାକୁ ନେଇଯିବା ଘଟଣା ସେତେବେଳର ବିଧାୟକ ଶ୍ରୀ ତରାଇଙ୍କୁ କେବଳ ଝଟ୍‌କା ଦେଇନଥିଲା, ବର˚ ତାଙ୍କ ନେତୃତ୍ବ ତଥା ସା˚ଗଠନିକ ଦକ୍ଷତା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇଥିଲା। ତେଣୁ ଏଥର ଶାସକ ଦଳ ପାଇଁ ବିଜେପି ହାତରେ ଉକ୍ତ ଚାରିଟି ଜୋନ୍‌କୁ କବ୍‌ଜାକୁ ନେବା ବଡ଼ ଚାଲେଞ୍ଜ୍‌ର ବିଷୟ ହୋଇଥିଲା। ୟା’ ମଧୢରେ ପୁଣି କେନ୍ଦ୍ରାପଡ଼ାରେ ନେତୃତ୍ବ ବଦଳିଛନ୍ତି। କିଶୋରଙ୍କ ପରିବର୍ତେ ବିଧାୟକ ହୋଇଛନ୍ତି ଶଶୀଭୂଷଣ ବେହେରା।

ବିଧାୟକ ଭାବେ ନିର୍ବାଚିତ ହେବା ପରେ ଶଶୀ ପ୍ରଥମଥର ପାଇଁ କେନ୍ଦ୍ରାପଡ଼ାରେ ପ˚ଚାୟତ ନିର୍ବାଚନକୁ ସାମ୍ନା କରିଥିଲେ। କିଶୋରଙ୍କ ନେତୃତ୍ବରେ ହାତଛଡ଼ା ହୋଇଥିବା ଚାରିଟି ଜୋନ୍‌ ସମେତ ଛଅଟି ଯାକ ଜୋନ୍‌ରେ ବିଜେଡିକୁ ବିଜୟ ଭେଟି ଦେବା ଶଶୀଙ୍କ ପାଇଁ କେବଳ ଚାଲେଞ୍ଜ୍‌ ନୁହେଁ, ସମ୍ମାନର ବିଷୟ ହୋଇଥିଲା। ଆଉ ନିର୍ବାଚନ ଫଳାଫଳ ଯାହା ଆସିଲା, ତାହା ରାଜନୈତିକ ମହଲକୁ ତାଜୁବ୍‌ କରିଦେବା ଭଳି। ଛଅକୁ ଛଅ ଜୋନ୍‌ରେ ବିଜେଡି ସୁବିଧାଜନକ ସ୍ଥିତିରେ ସହଜ ବିଜୟ ଲାଭ କରିଥିବା ବେଳେ ବିଜେପି ଭୟଙ୍କର ବିପର୍ଯ୍ୟୟର ସାମ୍ନା କରିଛି। କୌଣସି ଗୋଟିଏ ହେଲେ ଜୋନ୍‌ରେ ବିଜେଡିକୁ ଟକ୍କର ଦେଇ ନିକଟତମ ମୁକାବିଲା ସ୍ଥିତିକୁ ବିଜେପି ଆସିପାରିନାହିଁ। କ˚ଗ୍ରେସ ଗତଥର ଭଳି ଏଥର ମଧୢ ଖାତା ଖୋଲିବାରେ ସଫଳ ହୋଇନଥିବା ବେଳେ ୭ ଓ ୮ନମ୍ବର ଜୋନ୍‌ରେ ଦ୍ବିତୀୟ ଏବ˚ ଅନ୍ୟ ଚାରିଟି ଜୋନ୍‌ରେ ତୃତୀୟ ସ୍ଥାନରେ ରହିଛି। ୮ନମ୍ବର ଜୋନ୍‌ର ଜିଲ୍ଳା ପରିଷଦ ସଭ୍ୟ ରଶ୍ମିର˚ଜନ ରାଉତ ସର୍ବାଧିକ ୧୦ହଜାର ୩୦ଖଣ୍ତ ଭୋଟ୍‌ର ବୃହତ୍‌ ବ୍ୟବଧାନରେ କ˚ଗ୍ରେସକୁ ହରାଇଥିବା ବେଳେ ୬ନମ୍ବରର ନିର୍ମଳା ମହାନ୍ତି ୮,୭୭୩ଖଣ୍ତରେ ବିଜେପିକୁ, ୭ନମ୍ବରର ମଧୁଛନ୍ଦା ମହାନ୍ତି ୭,୫୯୩ ଭୋଟ୍‌ରେ କ˚ଗ୍ରେସକୁ, ୫ନମ୍ବରର ଲିଲିତା ଦାସ ୫,୯୩୫ଭୋଟରେ ବିଜେପିକୁ, ୧୫ନମ୍ବରର ପ୍ରିୟଦର୍ଶିନୀ ତରାଇ ୩୫୦୦ ଭୋଟ୍‌ରେ ବିଜେପିକୁ ଏବ˚ ୧୬ନମ୍ବରର ଜ୍ୟୋତିର୍ମୟୀ ବେହେରା ୩୩୯୬ଖଣ୍ତ ଭୋଟ୍‌ରେ ବିଜେପିକୁ ହରାଇଛନ୍ତି। ଲକ୍ଷ୍ୟ କରିବାର କଥା ହେଉଛି, ବିଜେଡିର କାହାରି ଜଣଙ୍କର ବି ବିଜୟ ବ୍ୟବଧାନ ୩ହଜାରରୁ କମ୍‌ ନାହିଁ।

କେବଳ ସେତିକି ନୁହେଁ, ୨୦୧୭ପ˚ଚାୟତ ନିର୍ବାଚନର ଛଅଟି ଜୋନ୍‌ରେ ବିଜେଡିକୁ ମିଳିଥିଲା ମୋଟ୍‌ ୫୫ହଜାର ୯୯୦ଭୋଟ୍‌। ଏଥର କିନ୍ତୁ ତାହା ବଢ଼ି ୭୯ହଜାର ୪୮୩ରେ ପହଞ୍ଚିଛି। ଅର୍ଥାତ୍‌ ଗତଥର ତୁଳନାରେ ଏଥର ୨୩ହଜାର ୪୯୩ ଖଣ୍ତ ଅଧିକ ଭୋଟ୍‌(ପାଖାପାଖି ୩୦ପ୍ରତିଶତ) ବିଜେଡି ଖାତାକୁ ଯାଇଛି। ହିସାବ କଲେ ଗତ ପ˚ଚାୟତ ନିର୍ବାଚନ ତୁଳନାରେ ଏଥର ପାଖାପାଖି ୩୦ପ୍ରତିଶତ ଭୋଟ୍‌ ଅଧିକ ବିଜେଡି ଖାତାରେ ଯୋଡ଼ି ବିଧାୟକ ଶ୍ରୀ ବେହେରା ବିରୋଧୀଙ୍କୁ ଚିତ୍‌ କରି ସମସ୍ତଙ୍କୁ ଚକ୍‌ମା ଦେଖାଇଛନ୍ତି। ଏବେ ଆଉ ଏକ ଚାଲେଞ୍ଜ ବିଧାୟକଙ୍କ ଆଗରେ କେନ୍ଦ୍ରାପଡ଼ା ପୌର ନିର୍ବାଚନ ହେବାକୁ ଯାଉଛି। ଗତ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ କ˚ଗ୍ରେସ ସପକ୍ଷରେ ଅଧିକ ଭୋଟ୍‌ ପଡ଼ିଥିଲା। ଶାସକ ବିଜେଡି ପଛରେ ରହିଥିବାରୁ ବିଧାୟକ ବିରୋଧୀ କ˚ଗ୍ରେସ ସହିତ ବିଜେପିକୁ ମୁକାବିଲା କରି ଦଳକୁ ବିଜୟୀ କରିବାରେ କେତେଦୂର ସଫଳ ହେଉଛନ୍ତି, ତାରି ଉପରେ ସଭିଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର