କେନ୍ଦ୍ରାପଡ଼ା: ଧାନଚାଷର ଚିହ୍ନବର୍ଣ୍ଣ ନାହିଁ। କେଉଁ ପ୍ଲଟ୍‌ରେ ଚିଙ୍ଗୁଡ଼ି ଘେରି ତ’ କେଉଁଥିରେ ପୋଖରୀ ଖୋଳା ଯାଇଛି। ଅଥଚ, ଏ ସବୁ ପ୍ଲଟ୍‌ର ପଟ୍ଟା ପ˚ଜିକୃତ ହୋଇଛି ମଣ୍ତିରେ ଧାନ ବିକିବା ପାଇଁ। ଧାନ ଚାଷ ନ କରି ବି ଚାଷୀ ଅଧିକ ପରିମାଣର ଧାନ ବିକିବା ଉଦ୍ଦେଶ୍ୟରେ କରିଥିବା ଏ ଜାଲିଆତିକୁ ପ୍ରଥମେ ଧରିଥିଲା ସାଟେଲାଇଟ୍‌ ସର୍ଭେ। ଆଉ ଏବେ ଏହି ସର୍ଭେ ରିପୋର୍ଟ ଆଧାରରେ ସନ୍ଦେହଜନକ ଥିବା ପ୍ଲଟ୍‌ଗୁଡ଼ିକର ଯେତେବେଳେ ଯାଞ୍ଚ ହେଉଛି, ସେତେବେଳେ ପୁଳାପୁଳା ଅନିୟମିତତା ସାମ୍ନାକୁ ଆସିଲାଣି। ସାଟେଲାଇଟ୍‌ ସର୍ଭେ ଧରିଥିବା ପ୍ଲଟ୍‌ଗୁଡ଼ିକ ମଧୢରୁ ବୁଧବାର ସୁଦ୍ଧା ହୋଇଥିବା ଯାଞ୍ଚରେ ୯୫ପ୍ରତିଶତରୁ ଅଧିକ ପ୍ଲଟ୍‌ ଏମିତି ବାହାରିଛି, ଯେଉଁଥିରେ ଧାନ ଚାଷ ଆଦୌ ହୋଇନାହିଁ। ଚିଙ୍ଗୁଡ଼ି ଘେରି, ପୋଖରୀ, ବଗିଚା, ବାଡ଼ି ଅଥବା ପଡ଼ିଆ ପଡ଼ିଥିବା ନଜରକୁ ଆସିଛି।
ଗତ ନଭେମ୍ବର ୧୧ରୁ ୧୮ତାରିଖ ଯାଏ ସାଟେଲାଇଟ୍‌ ସର୍ଭେ ହୋଇଥିଲା। ଧାନ କିଣାରେ ସ୍ବଚ୍ଛତା ଆଣିବା ପାଇଁ ଜିଲ୍ଲାରେ ପ୍ରଥମଥର ପାଇଁ ହୋଇଥିବା ଏହି ସର୍ଭେ ରିପୋର୍ଟରେ ସମୁଦାୟ ୪୫ ହଜାର ୮୧୧ପ୍ଲଟ୍‌ ସନ୍ଦେହଜନକ ଦର୍ଶାଯାଇଥିଲା। ଅର୍ଥାତ୍‌ ଧାନ ଚାଷ ହୋଇଛି କି’ ନାହିଁ, ତାହା ଆକାଶମାର୍ଗରୁ ହୋଇଥିବା ସର୍ଭେ ଠଉରାଇପାରିନଥିଲା। ତେଣୁ କ୍ଷେତକୁ ଯାଇ ଯାଞ୍ଚ କରିବାକୁ ସୋସାଇଟି କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ଏହି କ୍ରମରେ ସୋସାଇଟି ସ˚ପାଦକ, ସହକାରୀ ସ˚ପାଦକ ଏବ˚ ଡାଟା ଏଣ୍ଟ୍ରି ଅପରେଟର‌୍‌ କ୍ଷେତ୍ରକୁ ଯାଇ ସନ୍ଦେହଜନକ ଥିବା ପ୍ଲଟ୍‌ ଗୁଡ଼ିକର କିଭଳି ଯାଞ୍ଚ କରିବେ, ସେ ସ˚କ୍ରାନ୍ତରେ ତାଲିମ୍‌ ଦିଆଯାଇଥିଲା। ତାଲିମପ୍ରାପ୍ତ କର୍ମଚାରୀମାନେ ଗଲା ପ୍ରାୟ ସପ୍ତାହରୁ ଅଧିକ ଦିନ ହେବ ମୋବାଇଲ୍‌ ଆପ୍‌ସ ଜରିଆରେ କ୍ଷେତକୁ ଯାଇ ଯାଞ୍ଚ ଚଳାଇଛନ୍ତି।

Advertisment

publive-image Sambad

ଆପ୍‌ସରେ ଥିବା ବୈଷୟିକ ଜ୍ଞାନକୌଶଳ ମୁତାବକ ସନ୍ଦେହଜନକ ପ୍ଲଟ୍‌କୁ ନ ଗଲେ ଫଟୋ ଉଠାଇ ପାରିବେ ନାହିଁ। ଯାଞ୍ଚ କରୁଥିବା କର୍ମଚାରୀ କାଳେ ଅନ୍ୟ ପ୍ଲଟ୍‌ର ଧାନ ଚାଷ ହୋଇଥିବାର ଫଟୋ ଉଠାଇ ଅପଲୋଡ୍‌ କରିଦେବେ, ତେଣୁ ଆପ୍‌ସ ହିଁ କର୍ମଚାରୀଙ୍କୁ ଆପେ ଆପେ ସନ୍ଦେହଜନକ ଥିବା ପ୍ଲଟ୍‌ ପାଖକୁ ବାଟ କଢ଼ାଇ ନେବାର ସୁବିଧା ରହିଛି। ଏଭଳି ସୁବିଧା ଜରିଆରେ ବୁଧବାର ସୁଦ୍ଧା ୧୮ହଜାର ୪୯ ପ୍ଲଟ୍‌ର ଯାଞ୍ଚ ସରିଲାଣି। ସେଥିରୁ ପ୍ରାୟତଃ ୯୮ପ୍ରତିଶତ ପ୍ଲଟ୍‌ରେ ଧାନ ଚାଷ ହୋଇନଥିବା ଜଣାପଡ଼ିଥିବା ଜିଲ୍ଳା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ସୂଚନା ଦେଇଛନ୍ତି। ଆସନ୍ତା ୨୮ତାରିଖରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବାକୁ ଯାଉଛି। ଜିଲ୍ଳାର ୧୧୮ଟି ମଣ୍ତିରେ ଧାନ କିଣାଯିବ। ୪୪ହଜାର ୩୫୦ ଚାଷୀ ମଣ୍ତିରେ ଧାନ ବିକିବାକୁ ନାମ ପ˚ଜୀକରଣ କରିଛନ୍ତି। କିନ୍ତୁ ପ˚ଜୀକରଣ ପାଇଁ ଦେଇଥିବା ଜମି ପଟ୍ଟାରୁ ଅନେକ ପ୍ଲଟ୍‌ରେ ଯେ ଧାନ ଚାଷ ହୋଇନାହିଁ, ତାହା ଏବେ ଧରାପଡ଼ିଗଲାଣି। ବୁଧବାର ସୁଦ୍ଧା ସରିଥିବା ୪୦ପ୍ରତିଶତ ଯାଞ୍ଚ ରିପୋର୍ଟ ସ୍ପଷ୍ଟ କରି ସାରିଲାଣି ଯେ ୯୮ପ୍ରତିଶତରୁ ଅଧିକ ପ୍ଲଟ୍‌ରେ ଧାନ ଚାଷ ହୋଇନାହିଁ। ଆହୁରି ୨୭ହଜାରରୁ ଅଧିକ ପ୍ଲଟ୍‌ ଯାଞ୍ଚ ବାକି ଅଛି। ଏହା ସରିଲା ବେଳକୁ ମାତ୍ର ଗୋଟିଏ ଦୁଇ ପ୍ରତିଶତକୁ ଛାଡ଼ି ଦେଲେ ବାକି ସବୁତକ ପ୍ଲଟ୍‌ରେ ଧାନ ଚାଷ ହୋଇନଥିବା ରିପୋର୍ଟ ସାମ୍ନାକୁ ଆସିବ, ଏ କଥା ଅସ୍ବୀକାର କରା ନ ଯାଇପାରେ।
ଯୋଗାଣ ଅଧିକାରୀ ଶ୍ରୀ ଗନ୍ତାୟତ କହିଛନ୍ତି ଯେ ପ˚ଜିକୃତ ଯେଉଁ ପ୍ଲଟ୍‌ରେ ଧାନ ଚାଷ ହେଇ ନ ଥିବା ବାହାରୁଛି, ତତ୍କାଳ ତାହାକୁ ପ˚ଜୀକରଣରୁ ବାଦ୍‌ ଦିଆଯାଉଛି। ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି ଯେ ଜଣେ ଚାଷୀ ୩ଏକର ଚାଷ ଜମି ରହିଛି। ମାତ୍ର ସେ ଦୁଇ ଏକର ଜମିରେ ଚାଷ କରିଛି। ବାକି ୧ ଏକର ପଡ଼ିଆ, ପୋଖରୀ ଅଥବା ବାଡ଼ି ବଗିଚା ଥିଲେ ବି ଚାଷୀ ସେହି ପ୍ଲଟ୍‌କୁ ଚଞ୍ଚକତା କରି ପ˚ଜୀକରଣ କରାଇଛି। ରାଜନଗର, ରାଜକନିକା ଆଉ ମହାକାଳପଡ଼ା ବ୍ଲକ୍‌ରେ ଚିଙ୍ଗୁରୀ ଘେରି ଥିବା ଅନେକ ପ୍ଲଟ୍‌ ଗୁଡ଼ିକ ପ˚ଜୀକରଣ ହୋଇଥିବା ସାମ୍ନାକୁ ଆସିଛି। କ୍ଷେତ୍ର କର୍ମଚାରୀ ଫଟୋ ଉଠାଇ ଛାଡ଼ିବା ପରେ ସେହି ପ୍ଲଟ୍‌ଗୁଡ଼ିକୁ ବାଦ୍‌ ଦିଆଯାଉଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଚାଷୀଙ୍କୁ ଟୋକନ୍‌ ମିଳିବ ବୋଲି ଶ୍ରୀ ଗନ୍ତାୟତ ସୂଚନା ଦେଇଛନ୍ତି।