ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳର ଟାଇଁସି, କୋଠଭୁଇଁ, ଅନ୍ତୁଳିଆ, ଟିକରପଡା, ପୁରୁଣାକୋଟ, ବଲଙ୍ଗ ଓ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଚିଠି ଲେଖି କେତେଟି ସମସ୍ୟାର ସମାଧାନ ପାଇଁ ସ୍ୱର ଉଠାଇଛନ୍ତି।

Advertisment

ଏହି ଚିଠିରେ ଗ୍ରାମବାସୀଙ୍କ ଦାବି କରି କହିଛନ୍ତି କି, କିଛି ମାସ ତଳେ ବନବିଭାଗ ପକ୍ଷରୁ ବାଘୁଣୀ ସୁନ୍ଦରୀକୁ ଅଭୟାରଣ୍ୟରେ ଛଡା ଯାଇଥିଲା। ବାଘୁଣୀ ସୁନ୍ଦରୀ ଅଭୟାରଣ୍ୟରେ ନ ରହି ଗାଁ ମୁହାଁ ହୋଇଥିଲା। ଫଳରେ ଗାଁ ଭିତରେ ପଶି ବାଘୁଣୀ ଗୃହପାଳିତ ପଶୁ ଓ ମଣିଷ ଉପରେ ଆକ୍ରମଣ କରିଥିଲା। ବାଘୁଣୀ ସୁନ୍ଦରୀ ଆକ୍ରମଣରେ ହାତିବାରୀ ଗ୍ରାମର କୈଳାସ ସାଏ ଓ ଟାଇଁସି ଗ୍ରାମର ତ୍ରିନାଥ ସାହୁଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହାକୁ ନେଇ ପୁଲିସ, ବନବିଭାଗ, ସାତକୋଣିଆବାସୀଙ୍କ ମଧ୍ୟରେ ସମନ୍ନୟ ନହେବା ଯୋଗୁଁ ପରିସ୍ଥିତ ଉଦ୍‌ବେଗ ଜନକ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ପୁଲିସ ନିରୀହ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଥିଲା। ପୁଲିସ ନିର୍ଦ୍ଧୋଷୀଙ୍କୁ ରାତି ଅଧିଆ ଗିଫଦାରୀ ଭୟରେ ଲୋକମାନେ ପିଲାଛୁଆ, ଘରଦ୍ୱାର ଛାଡ଼ି ଶୀତ ରାତିରେ ଜଙ୍ଗଲରେ ଦିନ କାଟୁଛନ୍ତି।

କେବଳ ଏତିକି ନୁହେଁ, ମୁଣ୍ଡ ଝାଳ ତୁଣ୍ଡେ ମାରି ଚାଷ କରିଥିବା ଫସଲ ଅମଳ ନକରିବା ଯୋଗୁଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚାଷ କାମ ସମ୍ପୂର୍ଣ୍ଣ ଠପ ହୋଇଛି। ଛାତ୍ରଛାତ୍ରୀମାନ ମଧ୍ୟ ସ୍କୁଲ ଯିବା ବନ୍ଦ କରି ଦେଇଛନ୍ତି। ଯଥାଶୀଘ୍ର ଏହି ସବୁ ସମସ୍ୟାକୁ ସମାଧାନ କରିବାକୁ ସାତକୋଶିଆର ୭ଟି ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳନଙ୍କୁ ଚିଠି ଲେଖିଛନ୍ତି।