ଜଗତସିଂହପୁର ଟାଉନ୍: ଜଗତସିଂହପୁର ସତସଙ୍ଗ କେନ୍ଦ୍ର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ରିତିକ୍ ବଂଶୀଧର ସ୍ୱାଇଁ ଓ ଶରତ ଚନ୍ଦ୍ର ସ୍ୱାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଚେକ୍ ପ୍ରଦାନ କରିଥିଲେ । ଏଥିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସମେତ ସୁରେଶ ପ୍ରସାଦ ସ୍ୱାଇଁ, ବିଭୂତି ଭୂଷଣ ରାଉତ, ଅଜୟ ଖଟୁଆ, ଅମୀୟ ଦାସ, ଚନ୍ଦନ ସାହୁ, ସୁରେଶ ପରିଡ଼ା, ପ୍ରିୟବ୍ରତ ମହାପାତ୍ର, ସରୋଜ ବିଶ୍ୱାଳ, ରତିକାନ୍ତ ସ୍ୱାଇଁ, ପ୍ରସନ୍ନ ମହାନ୍ତି, ଅଲେଖ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।