ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଗ୍ରାମର ସାଧକ  ଅନନ୍ତ ଦତ୍ତଙ୍କ ବାସଭବନ ପରିସରରେ ଜଗତ୍‌ଗୁରୁ ଶ୍ରୀଶ୍ରୀ ଠାକୁର ଅଭିରାମ ପରମହଂସଙ୍କ ପୂଜାର୍ଚ୍ଚନା, ସତ୍‌ସଙ୍ଗ, ଭଜନ କାର୍ଯ୍ୟକ୍ରମ ମହାସମାରୋହରେ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି।
Advertisment
ସନ୍ଥ ଅଭିରାମ ପରମହଂସ ଜଣେ ଆଗଧାଡ଼ିର ଜଣାଶୁଣା ଆଧ୍ୟାତ୍ମିକ ପୁରୁଷ, ସମାଜ ସଂସ୍କାରକ, ସ୍ବାଧୀନତା ସଂଗ୍ରାମୀ, ସାହିତ୍ୟ ଅନୁରାଗୀ, ଭଗବତ ଗୀତା ପ୍ରବଚକ ସମାଜରେ ଶାନ୍ତି, ମୈତ୍ରୀ, ପ୍ରେମ, ଭାତୃତ୍ବ ପରିବେଶ ସୃଷ୍ଟି କରିବାରେ ତାଙ୍କର ଅବଦାନ ଅନନ୍ୟ। ଯେଉଁମାନେ ତାଙ୍କ ଆଦର୍ଶ, ଗୁରୁଭକ୍ତି, ପ୍ରେରଣାରେ ତାଙ୍କର ବାଣୀ, ଉପଦେଶ ପ୍ରଚାର ଓ ପ୍ରସାର କରୁଛନ୍ତି। ରାଇରଙ୍ଗପୁର ମହୁଲଡ଼ିହାରେ ସେହି ମହାନ ସନ୍ଥଙ୍କ ପୂଜାର୍ଚ୍ଚନା ତାଙ୍କର ଶିଷ୍ୟ ଓ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ପୂଜାର୍ଚ୍ଚନା, ଭଜନ ଓ ସଂକୀର୍ତ୍ତନ କରାଯାଇଛି।
ଚିତ୍ରଡ଼ା ଅଂଚଳର ଧନଶଳା ଆଶ୍ରମର ବାବା ଗୌରହରି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁ ପରମହଂସଙ୍କ ଜୀବନ ଚର୍ଯା, ତାଙ୍କ ବାଣୀ ଏବଂ ଭଗବତ ଗୀତା ଉପରେ ଆଲୋକପାତ କରିଥିଲେ। ଯେତେ ବଳଶାଳୀ, ଧନଶାଳୀ, କ୍ଷମତାଶାଳୀ ହୋଇଥିଲେ ମଧ୍ୟ ଯାହା ପାଖରେ ଆଧ୍ୟାତ୍ମିକତା ମନୋଭାବ ନାହିଁ ସେ ଜୀବନ ତୁଛ। ମଣିଷ କୁ ଆଧ୍ୟାତ୍ମିକତାହିଁ ପ୍ରାରମ୍ଭରେ କର୍ମରୁ ରକ୍ଷା କରି ଭଗବତ ଦିଶା ଆଡ଼କୁ ଆକର୍ଷଣ କରିବା ସହ ସୁରକ୍ଷା ଦେଇଥାଏ। ସମସ୍ତେ ଭଗବତ ବିଶ୍ବାସୀ ହେବା ସହ ଯେ କୌଣସି ନିଜ ମନର ଭଲ ପାଉଥିବା ଗୁରୁଙ୍କ ଶରଣାଗତ ହୋଇ ପ୍ରତ୍ଯେକ ଦିନ ଭଗବତ  ଗୀତାକୁ ଅଳ୍ପ ବହୁତ ପାଠ କରିବା ପାଇଁ ପ୍ରେରଣା ଦେଇଥିଲେ। ପରେ ପୂଜାର୍ଚ୍ଚନା, ଆରତୀ, ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।