ରକ୍ତଦାନ କରି ଜୀବନ ବଂଚାଇଲେ ଟୁଟୁ ବାରିକ

ଜୟପୁର: ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ନିଜର ବଦାନ୍ୟତା ଦେଖାଇଛନ୍ତି ଜୟପୁର ନୂଆସାହିର ଟୁଟୁ ବାରିକ। ସ୍ଥାନୀୟ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବୈପାରୀଗୁଡ଼ା ଅଂଚଳର ଦିନବନ୍ଧୁ ମାଳି(୪୨ଙ୍କୁ ବି ପଜିଟିଭ୍ ରକ୍ତର ଆବଶ୍ୟକତା ପଡ଼ିଥିଲା। ଜୟପୁର ରକ୍ତଭଣ୍ଡାରରେ ଏହି ବର୍ଗର ରକ୍ତ ନଥିବାରୁ ମନା କରି ଦେଇଥିଲେ। ଜଗବନ୍ଧୁଙ୍କ ଭଣଜା ଭଜମନ ମାଳି ବିଜେପି ମଣ୍ଡଳ ସଭାପତି ସାଧୁଦାଶ ଚୌଧୁରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସେ ବିଜେପି କୋଭିଡ୍ ହେଲ୍ପଲାଇନରେ ଥିବା ସନ୍ତୋଷ ମିଶ୍ର, ଟୁଟୁ ବାରିକଙ୍କୁ ଜଣାଇଥିଲେ।

ଟୁଟ ବାରିକ ଏହା ଜାଣିବା ପରେ ସନ୍ତୋଷଙ୍କୁ ନେଇ ଜୟପୁର ରକ୍ତଭଣ୍ଡାରରେ ରକ୍ତଦାନ କରିଥିଲେ। ଟୁଟୁ ବିଭିନ୍ନ ସମୟରେ ହେଉଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବି ରକ୍ତଦାନ କରିବା ସହ ଜରୁରୀ ସମୟରେ ରୋଗୀଙ୍କୁ ରକ୍ତଦାନ କରୁଥିବା କହିଛନ୍ତି। ଜଣକର ଜୀବନ ବଂଚାଇବା ଭଳି ମହତ କାମରେ ସେ ନିଜକୁ ସାମିଲ କରି ପାରିଥିବାରୁ ସେ ନିଜକୁ ଏବଂ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। କୋଭିଡ୍ ଭଳି ଘଡିସନ୍ଧି ମୂହର୍ତ୍ତରେ ଟୁଟୁ ଆସି ରକ୍ତଦାନ କରିବା ନିଶ୍ଚିତ ରୁପେ ଯୁବବର୍ଗକୁ ମାର୍ଗଦର୍ଶନ ଦେବ।

ସମ୍ବନ୍ଧିତ ଖବର