ବନ ବିଭାଗ ଓ ପୁଲିସର ଅତର୍କିତ ଚଢ଼ାଉ: କରତ କଳ, ୧୦୦ ସିଫ୍ଟ କାଠଗଣ୍ଡି ଜବତ

ବ୍ରହ୍ମପୁର: ପୁଲିସର ସହାୟତାରେ ବନ ବିଭାଗ କରତ କଳ ଉପରେ ଚଢ଼ାଉ କରି ବ୍ୟାପକ ପରିମାଣରେ କାଠଗଣ୍ଡି ଜବତ କରିଛି । ଗଂଜାମ ଜିଲ୍ଲାର କୋଦଳା ବ୍ଲକ ଅନ୍ତର୍ଗତ ଖଲିକୋଟ ରେଞ୍ଜ ଅଧିନରେ ଥିବା ବେଲଝରି ଗାଁରେ ଆଜି ବନ ବିଭାଗ ଓ ପୁଲିସ ପକ୍ଷରୁ ଯୁଗ୍ମ ଭାବେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ୧୦୦ ସିଫ୍ଟ କାଠ, ମୂଲ୍ୟବାନ ଗମ୍ଭାରୀ ଗଣ୍ଡି ଓ କରତ କଳ ଜବତ କରାଯାଇଛି ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଜଣେ ମାଜିଷ୍ଟ୍ରେଟ, ୨ଜଣ ଏସିଏଫ, ଆଇଆଇସି ଓ କୋଦଳା ଏସଆଇଙ୍କ ସମେତ ଏକ ପ୍ଲାଟୁନ ପୁଲିସ କରତ କଳ ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଟିମରେ ମୋଟ ୭୦ ଜଣ ଅଧିକାରୀ ଓ କର୍ମଚାରୀ ଥିଲେ । ଏସଂକ୍ରାନ୍ତରେ ବନ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । କାହାରିକୁ ଗିରଫ କରାଯାଇ ନାହିଁ ।

ସମ୍ବନ୍ଧିତ ଖବର