ରାଉରକେଲା: କୋଭିଡ ମାମଲା ଚିହ୍ନଟ ହେବା ପରେ କମିଶନର୍, ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ ଦିବ୍ୟାଜୋତି ପରିଡ଼ା ଏସବିଆଇ ଛେଣ୍ଡ୍ ଶାଖାକୁ ୭୨ ଘଣ୍ଟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶାଖା ଆସନ୍ତା ୨ ମେ ପର୍ଯ୍ୟନ୍ତ ବନ୍ଦ ରହିବ । ବନ୍ଦ ଅବଧି ସମୟରେ କାହାକୁ ଶାଖା ପରିସରକୁ ଯିବାକୁ ଦିଆଯିବ ନାହିଁ ।
କୋଭିଡ୍ ପଜିଟିଭ୍ ଲୋକମାନେ ଘରେ ଏକାନ୍ତବାସରେ ରହିବେ । କୌଣସି ଜରୁରୀକାଳୀନ ପରିସ୍ଥିତିରେ, ଆରଏମସିର ସ୍ୱାସ୍ଥ୍ୟ ସହାୟତା ଦଳ କିମ୍ବା କୋଭିଡ ପାଇଁ ହେଲ୍ପଲାଇନ ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ସହାୟତା ଦିଆଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/WhatsApp-Image-2021-04-29-at-16.38.31.jpeg)