କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଏସବିଆଇ ଛେଣ୍ଡ୍ ଶାଖା ସିଲ୍

ରାଉରକେଲା:  କୋଭିଡ ମାମଲା ଚିହ୍ନଟ ହେବା ପରେ କମିଶନର୍, ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ ଦିବ୍ୟାଜୋତି ପରିଡ଼ା ଏସବିଆଇ ଛେଣ୍ଡ୍ ଶାଖାକୁ ୭୨ ଘଣ୍ଟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶାଖା ଆସନ୍ତା ୨ ମେ ପର୍ଯ୍ୟନ୍ତ ବନ୍ଦ ରହିବ । ବନ୍ଦ ଅବଧି ସମୟରେ କାହାକୁ ଶାଖା ପରିସରକୁ ଯିବାକୁ ଦିଆଯିବ ନାହିଁ ।

କୋଭିଡ୍ ପଜିଟିଭ୍ ଲୋକମାନେ ଘରେ ଏକାନ୍ତବାସରେ ରହିବେ । କୌଣସି ଜରୁରୀକାଳୀନ ପରିସ୍ଥିତିରେ, ଆରଏମସିର ସ୍ୱାସ୍ଥ୍ୟ ସହାୟତା ଦଳ କିମ୍ବା କୋଭିଡ ପାଇଁ ହେଲ୍ପଲାଇନ ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ସହାୟତା ଦିଆଯିବ ।

ସମ୍ବନ୍ଧିତ ଖବର