ଘୁ.ଉଦୟଗିରିତା: କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଚକାପାଦ ଷ୍ଟେଟ ବ୍ୟାଙ୍କ ପିଅନ ପୃଥ୍ୱୀରାଜ ବେହେରା (୫୫)ଙ୍କ ସ୍ଥାନୀୟ ବୃତ୍ତଙ୍ଗ ନଦୀରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ଶ୍ରୀ ବେହେରା ନଦୀକୁ ଯାଇଥିଲେ। କିନ୍ତୁ ସେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଆଉ ଫେରିନ ଥିଲେ। ଆଜି ସକାଳେ ଗାଁ ଲୋକେ ଚକାପାଦ ନିକଟ ବୃତ୍ତଙ୍ଗ ବ୍ରିଜ଼ରେ ଶବ ଭାସମାନ ଅବସ୍ଥାରେ ଲାଖିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଚକାପାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ପଠାଇଛି। ପରେ ଶବ ସତ୍କାର ପାଇଁ ମୃତକଭ୍କ ପରିବାରକୁ ଶବ ହସ୍ତାନ୍ତର କରିଛି। ପୁଲିସ ଏନେଇ ଏକ ଅପମୃତ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇ ଥିବା ଚକାପାଦ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି । |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/drawn.jpg)