ପାଟଣାଗଡ଼: ପ୍ରସିଦ୍ଧ ତୀର୍ଥ ପୀଠ ହରିଶଙ୍କରର ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। ଏହି ଉନ୍ନତିମୂଳକ କାର୍ଯ୍ୟରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅନେକବାର ବାର ଅଭିଯୋଗ ହୋଇଛି। ତେବେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଦର୍ଶାଇ ମଙ୍ଗଳବାର ପୂର୍ତ୍ତ ବିଭାଗର ଏସଡିଓ ଏବଂ ଚଙ୍ଗରିଆ ସରପଂଚଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ପରିସ୍ଥିତି ଉପୁଜିଥିବା ବେଳେ ଏସଡିଓ ଜଣକ ସରପଂଚଙ୍କ ଗଳା ଦବାଇ ମାରିଦେବା ନେଇ ଧମକ ଦେଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରସିଦ୍ଧ ହରିଶଙ୍କର ମନ୍ଦିର ଚତୁପାର୍ଶ୍ଵ ସମେତ ହରିଶଙ୍କରର ବିଭିନ୍ନ ସ୍ଥାନରେ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। ବିଭିନ୍ନ ସମୟରେ କିନ୍ତୁ ଏଠାରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ମାନ ହେଉଥିଲା। ସେହିପରି ମଙ୍ଗଳବାର ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଚଙ୍ଗରିଆ ସରପଂଚ ସୁଶିଳ କୁମାର ଗୁରୁ ହରିଶଙ୍କରଠାରେ ପହଞ୍ଚିଥିଲେ। ସେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ସେଠାରେ ନିମ୍ନମାନର କାର୍ଯ୍ୟ ହେଉଥିବା କହି ସିମେଣ୍ଟ ଓ ବାଲି ପରିମାଣ କମ ବ୍ୟବହାର କରା ଯାଉଥିବା ନେଇ ଉପସ୍ଥିତ ଥିବା ପୂର୍ତ୍ତ ବିଭାଗର ଏସଡିଓ ସିଦ୍ଧାର୍ଥ ଦାସଙ୍କୁ କହିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ବିଭାଗୀୟ ଅଧିକାରୀ ଦାସ ଉତ୍ୟକ୍ତ ହୋଇ ପଡି ଏକ ବାଡି ଧରି ଚଙ୍ଗରିଆ ସରପଂଚ ଶ୍ରୀ ଗୁରୁଙ୍କ ଗଳା ଦବାଇ ଜୀବନରେ ମାରି ଦେବା ନେଇ ଧମକ ଦେଇଥିବା ଜଣାପଡିଛି।
ଏନେଇ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ ହରିଶଙ୍କରରେ ନିମ୍ନମାନର କାର୍ଯ୍ୟ ହେଉଥିବା ବେଳେ ଅଭିଯୋଗକାରୀଙ୍କ ଅଭିଯୋଗକୁ ଶୁଣିବା ଓ ଏହାର ତଦାରଖ କରିବା ବଦଳରେ ସରକାରୀ ଅଧିକାରୀ ଜୈନିକ ଲୋକ ପ୍ରତିନିଧିଙ୍କ ପ୍ରତି ଆକ୍ରମଣ କରିବା ନେଇ ଅଞ୍ଚଳରେ ନାପସନ୍ଦ କରାଯାଇଛି। ଭାଇରାଲ ଭିଡିଓ ଅନୁଯାୟୀ, ଉଭୟ ପୂର୍ତ୍ତ ବିଭାଗର ଏସଡିଓ ଓ ସରପଂଚଙ୍କ ମଧ୍ୟରେ ବଚସା ହେଉଛି। ଯେଉଁଥିରେ ସରପଂଚ ନିମ୍ନମାନର କାର୍ଯ୍ୟ ହେଉଥିବା କହୁଥିବା ବେଳେ ଏସଡିଓ ସେଠାରେ ଉପସ୍ଥିତ ରହି କାମର ତଦାରଖ କରୁଥିବା କହୁଥିବା ଓ ପରେ ସରପଂଚଙ୍କ ଗଳାକୁ ଏସଡିଓ ଦବାଇ ରଖିଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/120a009e-6ff7-4d7a-bcd3-f6a3a6b49f71.jpeg)