ଲଗାଣ ବର୍ଷା ହେତୁ ଏସ୍‌ସିବିର ଓ୍ଵାର୍ଡରେ ପଶିଲା ପାଣି

କଟକ: ଲଗାଣ ବର୍ଷାରେ ଗୁରୁବାର ଏସ୍‌ସିବି ମେଡିକାଲ୍‌ ୱାର୍ଡ ଭିତରେ ବର୍ଷା ପାଣି ପଶି ଯିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏସ୍‌ସିବି ମେଡିକାଲ୍‌ ଏକ୍ସ-ରେ ଓ ସର୍ଜରୀ ୱାର୍ଡରେ ବର୍ଷା ପାଣି ପଶି ଲହଡ଼ି ଭାଙ୍ଗିଥିଲା। ହଠାତ ଏହି ବର୍ଷାପାଣି ପଶିିଯିବା ଫଳରେ ରୋଗୀ ଏବଂ ରୋଗୀଙ୍କ ସହ ଆସିଥିବା ସହାୟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସେହିପରି ଏକ୍ସ-ରେ ବିଭାଗରେ ବର୍ଷାପାଣି ପଶି ଯାଇଥିବା ହେତୁ ଦୀର୍ଘ ସମୟ ଧରି ଏକ୍ସ-ରେ ସେବାରେ ବି ବାଧା ସୃଷ୍ଟି ହେଇଥିଲା। ବର୍ଷାପାଣି ପଶିଯିବା ହେତୁ ଏକ୍ସରେ ପାଇଁ ଆସିଥିବା ରୋଗୀ କିମ୍ବା ଏକ୍ସ-ରେ ରିପୋର୍ଟ ନେବା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର