ପୁରୀ: ଆଜି ସକାଳେ ବ୍ରହ୍ମଗିରି ଜାଭିୟର ସ୍କୁଲର ଏକ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତାକଡ଼ ନୟନଯୋରୀକୁ ଓଲଟି ପଡ଼ିବାରୁ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଶିକ୍ଷକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଛାତ୍ରମାନଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିି।
/sambad/media/post_attachments/wp-content/uploads/2018/10/puri-14-300x169.jpg)
ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମଗିରି ଜାଭିୟର ସ୍କୁଲର ଏକ ସ୍କୁଲ ଭ୍ୟାନ ପୁରୀରୁ ୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ବ୍ରହ୍ମଗିରି ଯାୁଥିବା ବେଳେ ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋରୁଆଳ ନିକଟରେ ରାସ୍ତାକଡ଼କୁ ଓଲଟି ପଡ଼ି ଏକ ନୟନଯୋରୀ ଭିତରେ ପଶି ଯାଇଥିଲା। ଫଳରେ ଭ୍ୟାନରେ ଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍କୁଲ ଭ୍ୟାନ ୍ ଓଲଟି ପଡ଼ିଥିବା ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପରେ ସମସ୍ତ ମୃତାହତ ମାନଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଜଣେ ଶିକ୍ଷୟିତ୍ରୀଙ୍କୁ ମୃତ ଘାଷଣା କରିଛନ୍ତି।ମୃତ ଶିକ୍ଷୟିତ୍ରୀଙ୍କ ନାମ ଦାମିନୀ ପୃଷ୍ଟି(୨୧ ବର୍ଷ) ବୋଲି ଜଣାପଡ଼ିଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/School-Bus-Accident_Puri_13.10_Thumbnail.jpg)