ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଭୀମକାଣ୍ଡ ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟରେ ଗତକାଲି ରାତିରେ ଏକ ଦନ୍ତାହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି।

Advertisment

୧୫ ଫୁଟ୍ ଲମ୍ବର ପାଚେରି ଭାଙ୍ଗିବା ସହ କଦଳୀ ଓ ଅମୃତଭଣ୍ଡା ଗଛ ଗୁଡ଼ିକୁ ଭାଙ୍ଗି ନଷ୍ଟ କରିଦେଇଛି। ବନ ବିଭାଗ କ୍ଷୟକ୍ଷତି ଆକଳନ କରି ପାଚେରି ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।