ସ୍କୁଲ ବିକାଶ ନେଇ ହାତ ମିଳାଇଲେ ପୁରାତନ ବିଦ୍ୟାର୍ଥୀ

ନୀଳଗିରି ରୋଡ଼ ନୋଡାଲ ହାଇସ୍କୁଲରେ ପୁରାତନ ବିଦ୍ୟାର୍ଥୀ ସମ୍ମିଳନୀ ଏବଂ ‘ମୋ ସ୍କୁଲ କାର୍ଯ୍ୟକ୍ରମ' 

ବାଲୋଶ୍ୱର: ନୀଳଗିରି ରୋଡ଼ ନୋଡାଲ ହାଇସ୍କୁଲ ପକ୍ଷରୁ ପୁରାତନ ବିଦ୍ୟାର୍ଥୀମାନଙ୍କ ସମ୍ମିଳନୀ ଏବଂ ‘ମୋ ସ୍କୁଲ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛିା ନୀଳଗିରି ରୋଡ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଏବଂ ପୁରାତନ ବିଦ୍ୟାର୍ଥୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରାତନ ବିଦ୍ୟାର୍ଥୀ ଏବଂ ସ୍କୁଲର ପୁରାତନ ଓ ବର୍ତ୍ତମାନର ଶିକ୍ଷକଶିକ୍ଷୟିତ୍ରୀଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲୋ

ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ କୈଳାସ ଚନ୍ଦ୍ର ଦାସ ଏହି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ସ୍କୁଲର ବିକାଶ ନେଇ ବିଗତ ଦିନରେ ଅନେକ ଥର ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହେବା ସହ ସ୍କୁଲର ବିକାଶ ନେଇ କ’ଣ ସବୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲାା ବିଦ୍ୟାଳୟର ପ୍ରଧାନଶିକ୍ଷକ ବାସୁଦେବ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିଲାା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ  ଶ୍ରୀ ଦାସ ବୈଠକରେ ଯୋଗଦେଇ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ଦିଗରେ କ’ଣ ସବୁ
କରାଯାଇପାରିବ ସେ ସଂପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲୋ

ପୁରାତନ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍କୁଲର ବିକାଶ ଯୋଜନା କିପରି ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଥି ନେଇ ସେ ସମସ୍ତ ପୁରାତନ ବିଦ୍ୟାର୍ଥୀ, ଗ୍ରାମବାସୀ, ଶିକ୍ଷକଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ସହଯୋଗ କାମନା କରିଥିଲୋ ପରେ ବିଦ୍ୟାଳୟର ପୁରାତନ
ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ଆୟୋଜିତ ଗୁରୁପୂଜନ କାର୍ଯ୍ୟକ୍ରମରେ ପୁରାତନ ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉତ୍ତରୀୟ, ଗୀତା ଏବଂ ‘ମୋ ସ୍କୁଲ ବ୍ରୋଚର’ ପ୍ରଦାନ କରାଯାଇଥିଲାା

ଏହି ଗୁରୁପୂଜା କାର୍ଯ୍ୟକ୍ରମକୁ ପୁରାତନ ବିଦ୍ୟାର୍ଥୀ ସଂଘର ସଂପାଦକ ରବିନ୍ଦ୍ର କୁମାର ମହାକୁଡ଼ ସଂଚାଳନ କରିଥିଲୋ ଏହି ଅବସରରେ ପୁରାତନ ବିଦ୍ୟାର୍ଥୀ ସଂଘର ସଭାପତି ଗୋପବନ୍ଧୁ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ଶଶିକାନ୍ତ ପରିଡ଼ା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲୋ ପୁରାତନ ବିଦ୍ୟାର୍ଥୀ ପଦ୍ମଜା ଶତପଥୀ, ନଳିନୀ ସାହୁ ଏବଂ ସୁକାନ୍ତି ରାଉତ ପ୍ରମୁଖ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବାବେଳେ ସିଆରସିସି ବିଶ୍ୱନାଥ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲୋ ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ପୁରାତନ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ସଂପର୍କିତ ସୂଚନା ପତ୍ର ପ୍ରଦାନ କରାଯାଇଥିଲାା ସ୍କୁଲ ପରିଚାଳନା କମିଟି ସଂପାଦକ ଭାସ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲୋ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଏବଂ ପୁରାତନ ବିଦ୍ୟାର୍ଥୀମାନଙ୍କ ସମ୍ମିଳନୀ ନେଇ ସ୍କୁଲର ବାତାବରଣ ଚଳଚଞ୍ଚଳ ହୋଇଥିବାବେଳେ ଆଗାମୀ ଦିନରେ ସ୍କୁଲର ବିକାଶ ତ୍ୱରିତ ବେଗରେ ଆଗେଇବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଆଶାସଂଚାର ହୋଇଥିବା ପରିଲକ୍ଷିତ ହୋଇଥିଲାା

ସମ୍ବନ୍ଧିତ ଖବର