ଗଛକୁ ପିଟିଲା ସ୍କୁଲ ପିକ୍‌ନିକ୍‌ ବସ୍‌, ୧୫ ଛାତ୍ରଛାତ୍ରୀ ଆହତ, ୩ ଗୁରୁତର

ଫୁଲବାଣୀ: ଫୁଲବାଣୀ-ବ୍ରହ୍ମପୁର ଗଏଲବାଡା ଛକ ନିକଟରେ ଏକ ସ୍କୁଲ୍ ପିକନିକ୍‌ ବସ୍‌ ଗଛରେ ପିଟି ହୋଇ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ବୁଗୁଡାରୁ ସ୍କୁଲ ପିଲାଙ୍କୁ ନେଇ ଗୋପିନାଥ ନାମକ ଏକ ଘରୋଇ ବସ୍‌ ସମ୍ବଲପୁରକୁ ଯାଉଥିଲା। ସେଠାରେ ପିକନିକ୍‌ ସାରି ଫେରିବା ବାଟରେ ଅପରାହ୍ନ ୫ଟାରେ ଗଏଲବାଡା ଛକରେ ଏକ ଗଛ ସହିତ ଧକ୍କା ଖାଇଥିଲା। ଫଳରେ ବସ୍‌ରେ ବସିଥିବା ୫ଜଣ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଆହତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌କୁ ସଦର ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।

ତେବେ ବସ୍‌ଟି ଦ୍ରୁତଗତିରେ ଆସୁଥିବା ସମୟରେ ଏକ ଅଟୋକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି।

ସମ୍ବନ୍ଧିତ ଖବର